କନକ ବ୍ୟୁରୋ : ଓଲଟିଲା OSRTC ବସ୍ । ଏକାଧିକ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସମଲ ଥାନା ଗହମ ସେବାଶ୍ରମ ପାଖରେ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ପାଲଲହଡ଼ାରୁ ତାଳଚେର ଆସୁଥିବା ବେଳେ ବସ୍ଟି ଓଲଟି ପଡ଼ିଛି । ବସ୍ ଭିତରୁ ଉଦ୍ଧାର ଯାତ୍ରୀଙ୍କୁ ତାଳଚେର ମେଡିକାଲ୍ରେ ଭର୍ତ୍ତି କରଯାଇଛି। ବସ୍ର ସବୁ ସିଟ୍ରେ ଯାତ୍ରୀ ଥିଲେ । ଆଉ କିଛି ଯାତ୍ରୀ ଛିଡ଼ା ହୋଇଥିଲେ । ଆଉ ରାସ୍ତାରେ ବସଟି ଓଲଟିପଡିଥିଲା । ଫଳରେ ସେଥିରେ ଥିବା ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋଡିବନ୍ଧ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us