ବଞ୍ଚିଛି ଲାଡେନର ପୁଅ ; ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନର ଦାୟୀତ୍ୱ

ବଞ୍ଚିଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନର ପୁଅ ହମାଜ ବିନ ଲାଡେନ ; ଆଫଗାନିସ୍ଥାନରେ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାର ନେଉଛି ନେତୃତ୍ୱ । ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା । ସ୍ଲିପର ସେଲ, ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ

laden

କନକ ବ୍ୟୁରୋ: ବଞ୍ଚିଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନ ।  ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାର ନେଉଛି ନେତୃତ୍ୱ । ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଲାଡେନର ପୁଅ । ଏନେଇ ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା ‘ଦ ମିରର’ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।  

ଗୁଇନ୍ଦା ତଥ୍ୟ ଆଧାରରେ ଏଭଳି ରିପୋର୍ଟ ପ୍ରକାଶ କରିଛି ଦ ମିରର ।  ୨୦୧୯ ଆମେରିକା ଆକ୍ରମଣରେ ହମଜା ବିନ ଲାଡେନର ମୃତ୍ୟୁ ହୋଇଥିବା କୁହାଯାଉଥିଲା । ଯାହା ସତ ନୁହେଁ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ,  ହମଜା ଆମେରିକା, ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶଗୁଡିକ ଉପରେ ଆକ୍ରମଣ ପାଇଁ ବଡ଼ ଧରଣର ଯୋଜନା କରୁଛି । 

‘କ୍ରାଉନ ପ୍ରିନ୍ସ ଅଫ ଟେରର’ ଆଖ୍ୟା ପାଇଥିବା ହମଜା ବିନ୍ ଏବେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ୍ କାଇଦାକୁ ପୁନଃ ଜିବିତ କରିଛି। ତାଲିବାନୀ ୨.୦ ସରକାରର ସହଯୋଗରେ ହମଜା ଅଲ୍ କାଇଦାର ଆତଙ୍କବାଦୀଙ୍କୁ ନୂଆ ପ୍ରଶିକ୍ଷଣ ଦେଉଛି। ହମ୍‌ଜା ବିନ ଲାଡେନ ଆକ୍ରମଣ ପାଈଁ ଆତଙ୍କବାଦୀଙ୍କୁ ତାଲିମ ଦେବାକୁ ଟ୍ରେନିଂ କ୍ୟାମ୍ପ ଖୋଲିଛି। ସ୍ଲିପର ସେଲ, ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ହମ୍‌ଜାର ଭାଇ ଅବଦୁଲ୍ଲା ବିନ ଲାଡେନ ମଧ୍ୟ ଅଲ କାଇଦା ପରିଚାଳନାରେ ସାମିଲ ଅଛି। ହମ୍‌ଜା ହେଉଛି ଓସାମା ବିନ ଲାଡେନଙ୍କ ଚତୁର୍ଥ ପତ୍ନିର ପୁଅ । 

୨୦୧୧ରେ ଆମେରିକାର ଆକ୍ରମଣରେ ଓସାମା ବିନ ଲାଡେନଙ୍କ ସହ ତାଙ୍କ ପୁରା ପରିବାରର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। କିନ୍ତୁ ସେମାନେ ପାକିସ୍ତାନରୁ ଲୁଚି ପଳାଇବା ସହ ଇରାନରେ ଆଶ୍ରୟ ନେଇଥିଲେ ବୋଲି ସୂଚନା ମଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe