କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିଲା ଓଆରଏସ୍ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍ ସଂଘ । ସଂଘ ତରଫରୁ ଦାବି କରାଯାଇଥିଲା ଯେ ଏଭଳି ଅମାନୁଷିକ ଆକ୍ରମଣ ପଛରେ ହାତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଓଆରଏସ୍ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକ କରିଥିଲେ । ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ ।