କନକ ବ୍ୟୁରୋ: ପୁରୀ କାକଟପୁର ଥାନା ଅଞ୍ଚଳରେ ଜଣେ ଜୁଏଲେରୀ ମାଲିକଙ୍କୁ ଗୁଳିମାଡ଼ କରିଛନ୍ତି କିଛି ଦୁର୍ବୃର୍ତ୍ତ । କାକଟପୁର କୁଣ୍ଢେଇ ହାଟରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ସାହୁ ଜୁଏଲର୍ସ ମାଲିକ ନିରଞ୍ଜନ ସାହୁଙ୍କୁ ଗୁଳିମାଡ଼ କରିଛନ୍ତି ଅଜଣା ଦୁର୍ବୃର୍ତ୍ତ । ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପେଟରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କାକଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟା ୭.୩୦ରେ ଏହି ଘଟଣା ଘଟିଥିଲା । ଏହାପରେ ପୋଲିସ ଚକମା ଦେଇ ଚମ୍ପଟ ମାରିଛନ୍ତି ଦୁର୍ବୃର୍ତ୍ତ ।
କାକଟପୁରରେ ଗହଣା ଦୋକାନୀଙ୍କୁ ଗୁଳିମାଡ଼ । ପୋଲିସକୁ ଚକମା ଦେଇ ଚମ୍ପଟ ମାରିଲେ ଦୁର୍ବୃର୍ତ୍ତ
ସାହୁ ଜୁଏଲର୍ସ ମାଲିକ ନିରଞ୍ଜନ ସାହୁଙ୍କୁ ଗୁଳିମାଡ଼ କରିଛନ୍ତି ଅଜଣା ଦୁର୍ବୃର୍ତ୍ତ । ଗୁଳିମାଡ଼ରେ ସେ ଗୁରୁତର ଆହତ ହୋଇଛନ୍ତି ।
/kanak/media/media_files/Xk5N3O2y7XZqdgxVuH9Z.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)