ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ କର୍ମଶାଳା । ପ୍ରଶିକ୍ଷଣ ନେଲେ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ସଭାପତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ କର୍ମଶାଳା । ପ୍ରଶିକ୍ଷଣ ନେଲେ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ସଭାପତି । ବୁଥ କମିଟି ଗଠନ ନେଇ ଚାଲିଛି ପ୍ରକ୍ରିୟା । ମୋଦୀ ଦେଇଥିବା ପରାମର୍ଶକୁ କାର୍ଯ୍ୟରେ ଲଗାଇବା ପାଇଁ ପ୍ରସ୍ତୁତ ହେଉଛି ରୋଡ୍‌ମ୍ୟାପ୍‌ ।

BAITHAK

କନକ ବ୍ୟୁରୋ : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ଏହାପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ। ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି ।

ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ବୁଥ କମିଟି ଗଠନ କରିବେ ସେ ନେଇ ଆଲୋଚନା କରାଯାଇ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତି ୬ ବର୍ଷରେ ଥରେ ସଦସ୍ୟତା ହୁଏ । ୩ ବର୍ଷରେ ଥରେ ସଂଗଠକ ନିର୍ବାଚନରେ ହୁଏ । ବୁଥ ସ୍ତରରୁ ନେଇ ଦେଶ ପର୍ୟ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ । ସମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସହ ସାଂଗଠନିକ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe