କନକ ବ୍ୟୁରୋ : ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସାଙ୍ଗଠନିକ କର୍ମଶାଳା । ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେନେଇ ତିଆରି ହେବ ରୋଡ଼ ମ୍ୟାପ ।
ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ସମସ୍ତ ମୋର୍ଚ୍ଚାର ମୁଖ୍ୟଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ । ଏହା ସହ ଜିଲ୍ଲା ସ୍ତର ପଦାଧିକାରୀ ମାନେ କର୍ମଶାଳାରେ ଯୋଗଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/I71OZZO3nUKA7aj9cwq7.jpg)