କନକ ବ୍ୟୁରୋ: ଉତ୍କଳ ହସ୍ପିଟାଲ ପକ୍ଷରୁ ଅଙ୍ଗଦାନର ଗୁରୁତ୍ୱ ବିଷୟରେ ସମାଜରେ ସଚେତନତା ସୃଷ୍ଟି, ସାଧାରଣ ଭ୍ରମ ଦୂର କରିବା ଓ ଲୋକମାନଙ୍କୁ ଏହି ମହାନ ମାନବିକ କାର୍ଯ୍ୟ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଆଜି ହସ୍ପିଟାଲ ପ୍ରାଙ୍ଗଣରେ ଏକ ବିଶେଷ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମଟି “ଜୀବନ ଦାନ କରନ୍ତୁ – ଆଶା ପ୍ରସାର କରନ୍ତୁ” ଥିମ୍ରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମଟି ପାରମ୍ପରିକ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡା. ଆଦିତ୍ୟ କୁମାର ସାମଲ, ମ୍ୟାନେଜିଂ ଡାଇରେକ୍ଟର
ଡ ପ୍ରଜ୍ଞାନ ରଞ୍ଜନ ଘଡେଇ, ଡାଇରେକ୍ଟର – ମେଡିକାଲ ସେବା ଡା. ରଞ୍ଜନ କୁମାର ମହାପାତ୍ର, ଡିନ୍-କମ୍-ଡାଇରେକ୍ଟର (ଏକାଡେମିକ୍ସ) ପ୍ରଫେସର (ଡା.) ପ୍ରଫୁଲ୍ଲ କୁମାର ଦାସ, ସି.ଇ.ଓ., ଶ୍ରୀ ବି. କେ. ସୁବୋଧ ସିଂହ, ସି.ଓ.ଓ. ଶ୍ରୀ ସୁରେଶ ନାରାୟଣ ଓ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ରଶ୍ମି ରଞ୍ଜନ ଗୁରୁ,ନୋଡାଲ ଅଫିସର୍, ସୋଟୋ(SOTTO) Dr.Umakanta Satapathy, Joint Director Dr.Bibhuti bhusana Nayak,Dr. Pravas Acharya, ଅଙ୍ଗଦାନ କାର୍ଯ୍ୟକ୍ରମର ଆଗଧାଡ଼ିର ବ୍ୟକ୍ତିତ୍ୱ ସହିତ ମୁଖ୍ୟ ଅତିଥି ଶ୍ରୀ ମନୋଜ କୁମାର ପରିଡ଼ା, ଛିଫ ଇନଫରମେସନ କମିଶନର ଓଡ଼ିଶା , ବରିଷ୍ଟ ସାମ୍ବାଦିକ ଶ୍ରୀ ବିରେନ ଦାସ ଏବଂ ମାନ୍ୟଗଣ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ସ୍ୱାଗତ ଉଦବୋଧନ ମାଧ୍ୟମରେ ଅଙ୍ଗଦାନର ଗୁରୁତ୍ୱ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ପରବର୍ତ୍ତୀରେ ଛାତ୍ରଛାତ୍ରୀ ଓ ସ୍ୱୟଂସେବକମାନଙ୍କ ଦ୍ୱାରା ଅଙ୍ଗଦାନ ବିଷୟରେ ଏକ ସଚେତନତାମୂଳକ ପ୍ରସ୍ତୁତି ହୋଇଥିଲା, ଯେଉଁଥିରେ ଅଙ୍ଗଦାନ କାହିଁକି ଆବଶ୍ୟକ, ଏହାର ଗୁରୁତ୍ୱ, ଯୋଗ୍ୟତା ମାନଦଣ୍ଡ, ଦାନ ପ୍ରକ୍ରିୟା ଓ ଏଥି ସମ୍ପର୍କିତ ସାଧାରଣ ଭ୍ରମ ବିଷୟରେ ସ୍ପଷ୍ଟ ତଥ୍ୟ ଦିଆଯାଇଥିଲା ।
ଏହା ସହିତ ବରିଷ୍ଟ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ୱାରା ଅଙ୍ଗଦାନର ଆବଶ୍ୟକତା ଓ ମାନବ ସେବାରେ ଏହାର ମହତ୍ତ୍ୱ ବିଷୟରେ କହିଥିଲେ । ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ ସମାଜରେ ଅଙ୍ଗଦାନ ପ୍ରତି ସଚେତନତା ବଢ଼ାଇବା ଓ ସମସ୍ତଙ୍କ ସାମୁହିକ ଅଂଶଗ୍ରହଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଅଙ୍ଗ ପ୍ରାପ୍ତକାରୀ ବା ଦାତା ପରିବାରର ଏକ ବାସ୍ତବ ଅନୁଭବ ବିବରଣୀ ଉପସ୍ଥାପିତ ହୋଇଥିଲା, ଯାହା ଉପସ୍ଥିତ ସଭ୍ୟମାନଙ୍କୁ ଭାବୁକ କରିଥିଲା । ପରେ ଦର୍ଶକମାନଙ୍କ ସହ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅଙ୍ଗଦାନ ପାଇଁ ପ୍ରତିଜ୍ଞା କରାଯାଇଥିଲା । ଏହି ପ୍ରୟାସ ମାଧ୍ୟମରେ ଉତ୍କଳ ହସ୍ପିଟାଲ ସମାଜର ସମସ୍ତ ନାଗରିକଙ୍କୁ ଅଙ୍ଗଦାନ ପାଇଁ ଆଗକୁ ଆସିବାକୁ ଆହ୍ୱାନ କରିଛି, ଯାହା ମାଧ୍ୟମରେ ଆବଶ୍ୟକତାରେ ଥିବା ଅନେକ ଲୋକଙ୍କୁ ନୂତନ ଜୀବନ ଦିଆଯାଇପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/hospital-2026-03-07-19-59-18.jpg)