ସବୁ ଜିନିଷର ପ୍ୟାକିଂରେ ନୂଆ ରେଟ୍ ଲଗାଅ ; ଓଡ଼ିଶା ସମେତ ସବୁ ରାଜ୍ୟକୁ ନିର୍ଦ୍ଦେଶ

ସବୁ ଜିନିଷର ପ୍ୟାକିଂରେ ନୂଆ ରେଟ୍ ଲଗାଅ । ଓଡ଼ିଶା ସମେତ ସବୁ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ  କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ  । ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର ।

6

କନକ ବ୍ୟୁରୋ: ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏନେଇ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏଥିରେ କୁହାଯାଇଛି । ହ୍ରାସ ପାଇଥିବା ଜିଏସ୍‌ଟି ଅନୁସାରେ ନୂଆ ଏମ୍‌ଆରପି ଲେଖାଯିବ । ମୂଳରୁ ଥିବା ମୂଲ୍ୟ ସହ ଏହାକୁ ଅଲଗା ଭାବେ ଲେଖିବାକୁ ନିର୍ଦ୍ଦେଶ ଦିଆଯଇଛି। 

ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ନିର୍ଦେଶ ଜାରି କରିବା ପାଇଁ ଚିଠିରେ କୁହାଯାଇଛି :

ଜିଏସ୍‌ଟି ସଂଶୋଧନ ପୂର୍ବରୁ ଗଚ୍ଛିତ ସାମଗ୍ରୀ ଉପରେ ନୂଆଦର ଲେଖାଯିବା ଜରୁରୀ
ହ୍ରାସ ପାଇଥିବା ଜିଏସ୍‌ଟି ଅନୁସାରେ ନୂଆ ଏମ୍‌ଆର୍‌ପି ଲାଗୁ ହେବା ଆବଶ୍ୟକ
ଚଳିତବର୍ଷ ଡିସେମ୍ବର ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ସମୟସୀମା ଧାର୍ଯ୍ୟ
ପୁରୁଣା ମୂଲ୍ୟକୁ ନଲିଭାଇ ତା’ ନିକଟରେ ନୂଆମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ

ଗୋଟିଏ ସାମଗ୍ରୀର ଦର ୧୦୦ ଟଙ୍କା ହୋଇଥିଲେ ଏବଂ ୧୨ ପ୍ରତିଶତର ଜିଏସଟି କମି ୫ ପ୍ରତିଶତ ସ୍ଲାବ୍‌କୁ ଆସିଥିଲେ ନୂଆଦର ୯୪ ଟଙ୍କାରୁ କମ୍ ହେବ। ଅର୍ଥାତ୍ ଗ୍ରାହକଙ୍କୁ ସିଧାସଳଖ ୬ ଟଙ୍କାର ରିହାତି ମିଳିବ।   ସେହିପରି ୫ ଟଙ୍କିଆ ବିସ୍କୁଟ୍‌ ପ୍ୟାକେଟ୍‌ ୩୧ ପଇସା ଶସ୍ତା ହୋଇପାରେ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ  । 

ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଅନ୍ୟୂନ ଦୁଇଥର ଖବର କାଗଜରେ ବିଜ୍ଞାପନ ଦେବେ ଓ ଡିଲର କିମ୍ବା ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe