କନକ ବ୍ୟୁରୋ : ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାଟର ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି । ଦୁଇ ଥର ରିଭ୍ୟୁ କଲା ପରେ ବି କାମ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ବାଚସ୍ପତି ।
 
ପୂର୍ବରୁ କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥର ଆସିଛି । ବାଚସ୍ପତି କହିଛନ୍ତି ଆମେ ଆଶା କରୁଛୁ, ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ । ଶୀଘ୍ର କାମ ସାରିବା ପାଇଁ ଟାର୍ଗେଟ ତାରିଖ ଦିଆଯାଇଛି ।

Advertisment

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସାରଦା ଜେନା । କହିଛନ୍ତି , ନବ ନିର୍ବାଚିତ ବିଧାୟକଙ୍କୁ ରହିବା ଘର ସରକାର ଯୋଗାଇଦେଇ ନାହାଁନ୍ତି, ୬ମାସ ବିତିଯାଇଥିଲେ ମଧ୍ୟ କ୍ବାର୍ଟର କାମ ମନ୍ଥର ଗତିରେ ଚାଲିଛି । ଯେଉଁଥିପାଇଁ ବିଧାୟକ ମାନେ ଅସନ୍ତୋଷ ଅଛନ୍ତି । କେବଳ କ୍ବାର୍ଟର କଥା ନୁହେଁ ବରଂ ରାଜ୍ୟର ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ମନ୍ଥର ଗତିରେ ଚାଲିଛି । ତେଣୁ ବଜେଟ ପଇସାକୁ କେମିତି ଖର୍ଚ୍ଚ କରାଯିବ, ସେ ନେଇ ସନ୍ଦେହ ସୃଷ୍ଟି ହେଉଛି ।