କନକବ୍ୟୁରୋ : କଟକରେ  ସମସ୍ତ ବାଲିଘାଟ ବନ୍ଦ କରିବାକୁ ନିର୍ଦ୍ଦେଶ । ଏନେଇ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ବିଜ୍ଞପ୍ତି ଜାରି କରିଛନ୍ତି ।  ବର୍ଷା ଦିନରେ ସମସ୍ତ ବାଲିଘାଟ ବନ୍ଦ କରିବାକୁ ଏଥିରେ କୁହାଯାଇଛି ।  ଏହାସହ ତୁରନ୍ତ ବାଲି କାମରେ ଲାଗିଥିବା ଲୋକ ଓ ଯନ୍ତ୍ରପାତିକୁ ନଦୀ କୂଳରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଇନ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେ ଉଁ ବାଲି ଉଠାଣକାରୀ ସଂସ୍ଥା ଏହି ନିର୍ଦ୍ଦେଶର ଉଲ୍ଲଘଂନ କରିବେ , ସେମାନଙ୍କ ଲିଜ୍‌କୁ ରଦ୍ଦ କରାଯିବ, ଏହାସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ।