ମୋଦୀଙ୍କ କଟାକ୍ଷ ପରେ ତାତିଲେ କଂଗ୍ରେସ ନେତା ; ଭକ୍ତ କହିଲେ ଏଭଳି କଥା

ମୋଦୀଙ୍କ କଟାକ୍ଷ ପରେ ତାତିଲେ କଂଗ୍ରେସ ନେତା । ବିଜେଡି ବିଜେପି ବଡ଼ ଭାଇ ସାନ ଭାଇ କହି କଟାକ୍ଷ କଲେ ପିସିସି ସଭାପତି ଭକ୍ତ ଦାସ । ପାଲଟା ଉତ୍ତର ଦେଲେ ପ୍ରମିଳା ।

7PM5

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡ଼ିଶା ଗସ୍ତରେ ଆସି କଂଗ୍ରେସକୁ ଟାର୍ଗେଟ କରିଥିଲେ । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଥିବା ବିଜେଡିକୁ କିଛି ବି କହିଲେ ନାହିଁ। ମୋଦୀଙ୍କ ଏଭଳି ଆଭିମୁଖ୍ୟକୁ ନେଇ ତେଜିଛି ରାଜ୍ୟ ରାଜନୀତି  ।

ଝାରସୁଗୁଡାରୁ କଂଗ୍ରେସ ଦଳକୁ ପ୍ରଧାନମନ୍ତ୍ରୀ ଏଭଳି ଟାର୍ଗେଟ କରିବା ପରେ ତେଜିଛି ରାଜନୀତି । ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଛାଡି ମୋଦୀ କଂଗ୍ରେସକୁ କାହିଁକି ନିଶାଣା କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ମୋଦୀଙ୍କ ଏହି ଭାଷଣରୁ ଖିଅ କାଢ଼ିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ, ବିଜେଡି-ବିଜେପି ବଡ଼ଭାଇ ସାନଭାଇ କହି କଟାକ୍ଷ କରିଛନ୍ତି । ନିରୀହ ଆଦିବାସୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇ ମୋଦୀ ଓ ଶାହ ଖଣି ଲୁଟ୍ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି  ।

ଭକ୍ତଙ୍କ ଅଭିଯୋଗ ପରେ ଚିହିଁକି ଉଠିଛି ବିଜେଡି । ବିଜେଡି କହିଛି, ବିଜେପି ସହ ମିଶି ବିଜେଡିକୁ ହଟାଇବାକୁ ଚାହୁଥିଲା କଂଗ୍ରେସ ।  ଏବେ କୁଆଡ଼େ ଯିବେ, ବାଟ ପାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ମୋଦୀ ଯାହା କହିଛନ୍ତି ଠିକ୍ କହିଛନ୍ତି କହି ପୁଣି କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସଭାପତି। ତିନି ଦଳର ରାଜନୈତିକ ବୟାନବାଜି ଭିତରେ ଏହା ମୋଦୀଙ୍କ ନୂଆ ଷ୍ଟ୍ରାଟେଜି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe