କନକ ବ୍ୟୁରୋ: ଆଜି ପ୍ରକାଶ ପାଇଲା OAS ପରୀକ୍ଷା ଫଳ । ଏଥର ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ରହଛନ୍ତି । ଶ୍ୱେତାଶ୍ରୀ ମହାପାତ୍ର OAS ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ୍ ପରବିନ ପରିଡ଼ା ରହିଥିବା ବେଳେ ତୃତୀୟସ୍ଥାନରେ ଦୀପ୍ତିରଞ୍ଜନ ପତି ଅଛନ୍ତି । ଚତୁର୍ଥରେ ପ୍ରଜ୍ଞା ପାରଙ୍ଗମା ଓ ପଞ୍ଚମରେ ଆଜାଦ କୁମାର ସାହୁ ରହିଛନ୍ତି ।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨ର ଫଳାଫଳ ଆଜି ଘୋଷଣା ହୋଇଛି । ଲୋକସେବ ଆୟୋଗର ୱେବସାଇଟ୍ www.opsc.gov.inରେ ଫଳାଫଳ ଉପଲବ୍ଧ ରହିଛି । ୨୦୨୨ରେ ମୋଟ ୯୨,୯୧୪ ଜଣ ଆଶାୟୀ ଆବେଦନ କରିଥିଲେ । ପରୀକ୍ଷା ଦେଇଥିଲେ ୪୦୫୮୬ ଜଣ । ଏଣ୍ଟ୍ରାନ୍ସରେ ମୋଟ ୮୨୨୦ ଜଣ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୩୬୬ ଜଣ ଦସ୍ତାବିଜ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୬୮୩ ଜଣ କୃତକାର୍ଯ୍ୟ ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି ।
ଅଣସଂରକ୍ଷିତ ବର୍ଗରେ ୩୮୭ ଜଣ OAS ପାଇଛନ୍ତି । ପଛୁଆ ବର୍ଗରେ ୭୧ ଜଣ, ଅନୁସୂଚିତ ଜାତି ବର୍ଗରେ ୮୯ ଜଣ, ଅନୁସୂଚିତ ଜନଜାତି ବର୍ଗରେ ୧୩୬, ପୂର୍ବତନ ସାମରିକ ସେବା କର୍ମଚାରୀ ବର୍ଗରେ ୧୪, କ୍ରୀଡ଼ାବିତ ବର୍ଗରେ ଜଣେ ଓ ଶାରୀରିକ ଅକ୍ଷମ ବର୍ଗରେ ୨୩ ଜଣ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।