ଓପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ସେପ୍ଟେମ୍ବର ୬ରେ ହେବ ସାକ୍ଷାତକାର

ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାରେ ମୋଟ ୮୦୬ଜଣ କୃତକାର୍ୟ୍ୟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୨୯୩ଜଣ ମହିଳା ଅଛନ୍ତି । ସେପ୍ଟେମ୍ବର ୬ ତାରିଖରେ ଏହି ପରୀକ୍ଷାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା କରାଯିବ।

71

Photograph: (kanak news)

କନକ ବ୍ୟୁରୋ: ଓଡ଼ିଶା ସିଭିଲ ସର୍ଭିସ-୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ପରୀକ୍ଷାରେ ମୋଟ ୮୦୬ଜଣ କୃତକାର୍ୟ୍ୟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୨୯୩ଜଣ ମହିଳା ଅଛନ୍ତି । ସେପ୍ଟେମ୍ବର ୬ ତାରିଖରେ ଏହି ପରୀକ୍ଷାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା କରାଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାରେ ମୋଟ ୮୦୬ଜଣ କୃତକାର୍ୟ୍ୟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୨୯୩ଜଣ ମହିଳା ଅଛନ୍ତି । ସେପ୍ଟେମ୍ବର ୬ ତାରିଖରେ ଏହି ପରୀକ୍ଷାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ଓ ସାକ୍ଷାତକାର ପରୀକ୍ଷା କରାଯିବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୮ ତାରିଖରେ ୩୯୯ଟି ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ୩୦ଟି, ଓଡ଼ିଶା ଅର୍ଥ ସେବା (ଓଏଫ୍‌ଏସ୍‌)ରେ ୫୬ଟି, ଓଡ଼ିଶା ପୁଲିସ୍‌ ସେବା (ଓପିଏସ୍‌)ରେ ୬ଟି, ଓଡ଼ିଶା ସମବାୟ ସେବା (ଓସିଏସ୍‌)ରେ ୧୨ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ୯୦ଟି, ଓଡ଼ିଶା ଶ୍ରମ ସେବା (ଓଏଲ୍‌ଏସ୍‌)ରେ ୧୧୩ଟି, ଓଡ଼ିଶା ଟ୍ୟାକ୍ସେସନ୍‌ ଆଣ୍ଡ ଆକାଉଣ୍ଟସ୍‌ ସର୍ଭିସ୍‌ (ଓଟିଆଣ୍ଡଏଏସ୍‌)ରେ ୬୮ଟି, ଓଡ଼ିଶା ନିଯୁକ୍ତି ସେବା (ଓଇଏସ୍‌)ରେ ଗୋଟିଏ, ଓଡ଼ିଶା ସମବାୟ ଅଡିଟ୍‌ ସେବା (ଓସିଏଏସ୍‌)ରେ ୪ଟି, ଓଡ଼ିଶା ଟୁରିଜିମ୍‌ ସର୍ଭିସ୍‌ (ଓଟିଏସ୍‌)ରେ ୧୯ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ତେବେ ୨୦୨୪ ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତ୍ୟା ‘ଦାନା’ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ୨୦୨୪ ଡିସେମ୍ବର ୧୫ ତାରିଖରେ ପ୍ରିଲିମିନାରି ପରୀକ୍ଷା ହୋଇଥିଲା ବେଳେ ଚଳିତ ବର୍ଷ ଏପ୍ରିଲ୍‌ ୧୯ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe