ଭୋଟ୍ ଚୋରି ଅଭିଯୋଗ ନେଇ ବିରୋଧୀଙ୍କ ହଲ୍ଲାବୋଲ୍: ସଂସଦ ଭବନରୁ ନିର୍ବାଚନ କମିସନ କାର୍ଯ୍ୟାଳୟ ଯାଏ ପଦଯାତ୍ରା

ଆଜି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ନେତା ଓ ସାଂସଦମାନେ ସଂସଦର ମକର ଦ୍ୱାରରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟକୁ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ବିହାରରେ ଏସ.ଆଇ.ଆର ବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ  ଏବଂ ୨୦୨୪ ଲୋକସଭା ନିର୍ବାଚନରେ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଏହି ଶୋଭାଯାତ୍ରାରେ କରାଯାଇଛି।

33

Photograph: (kanak news)

କନକ ବ୍ୟୁରୋ: ଭୋଟ୍ ଚୋରି ଅଭିଯୋଗରେ ବିରୋଧୀଙ୍କ ହଲ୍ଲାବୋଲ୍ । ଆଜି ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳ ରାସ୍ତାକୁ ଓଲ୍ହାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା କରିଛନ୍ତି । ପଦଯାତ୍ରା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।  ଆଜି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ନେତା ଓ ସାଂସଦମାନେ ସଂସଦର ମକର ଦ୍ୱାରରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟକୁ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ବିହାରରେ ଏସ.ଆଇ.ଆର ବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ  ଏବଂ ୨୦୨୪ ଲୋକସଭା ନିର୍ବାଚନରେ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଏହି ଶୋଭାଯାତ୍ରାରେ କରାଯାଇଛି। ନେତାମାନେ ଜାତୀୟ ସଙ୍ଗୀତ ଗାନ କରି ଶୋଭାଯାତ୍ରା ଆରମ୍ଭ କରିଥିଲେ। ଦିଲ୍ଲୀ ପୁଲିସ ଅନୁମତି ଅଭାବରୁ ରାସ୍ତାରେ ବ୍ୟାରିକେଡ୍ ଲଗାଇଛି। ଏହି ଶୋଭାଯାତ୍ରାରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଭଦ୍ରା, ଅଖିଲେଶ ଯାଦବ, ମହୁଆ ମୈତ୍ରଙ୍କ ସମେତ ପ୍ରାୟ ଶହେ ଜଣ ସାଂସଦ ଓ ଦଳୀୟ କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି।  ସେମାନେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe