କନକବ୍ୟୁରୋ : ଭୋଟ ଚୋରି ନୁହଁ ଭୁଲ  ହୋଇଛି । ଭୋଟର ତାଲିକା, ଫର୍ମ 17 c ରେ ଦିଆଯାଇଥିବା ତଥ୍ୟ ରେ ତାଳମେଳ ନଥିବା ସନ୍ଦେହ ଦେଖାଦେଉଛି । ଓଡ଼ିଶା ନିର୍ବାଚନ ଫଳ କୁ ନେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି।  କଂଗ୍ରେସ ଯାହା ଦାବି କରୁଛି ଆମେ ଏହାକୁ ଆଠ ମାସ ତଳୁ କହିସାରିଛୁ ।  ECI କୁ ବିଜେଡ଼ି ଅବଗତ କରିସାରିଛି। ଏହାପରେ ଆମେ ଆଇନ୍ ଗତ ପଦକ୍ଷେପ ନେଉଛୁ ।  ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୩୦ପ୍ରତିଶତ ଭୋଟରେ ଚଞ୍ଚକତା କରାଯାଇଛି।କେମିତି ରାତି ୧୧ପରେ ୧୦ପ୍ରତିଶତ ଭୋଟ ଦେଲେ

Advertisment

ଓଡ଼ିଶାରେ ଭୋଟ ଚୋରିର ଆରୋପ ଆଣିଲେ ବିଜେଡି । ECI ଙ୍କ ଦ୍ୱାରସ୍ତ୍ ହୋଇଛି । ଆମକୁ ତଥ୍ୟ ଦିଆଯାଉ ବୋଲି ମାଗିଥିଲୁ କିନ୍ତୁ ନିର୍ବାଚନ କମିଶନଙ୍କ ଅଫିସରୁ କୌଣସି ଉତ୍ତର ଆସିଲା ନାହିଁ । ଖାଲି କହିଲେ କି ଯାହା କରିବାର ଅଛି କରନ୍ତୁ ।

ଫର୍ମ ୭୦ସି ଆମର ହକ୍ କିନ୍ତୁ ଆମକୁ ଦିଆଯାଉ ନାହିଁ । ତେଣୁ ଆମେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଯଦି ସେଠି ନ୍ୟାୟ ନ ମିଳିବ ତେବେ ଆମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବୁ । ଏହା କେମିତି ସମ୍ଭବ ହେଲା ସନ୍ଧ୍ୟା ସମୟରେ ଭୋଟ ବଢ଼ିଗଲା । ୨୦୨୪ ଡ଼ିସେମ୍ବରରୁ ଆମେ ECI ଙ୍କ ଦ୍ବାରସ୍ଥ ହୋଇ ଆସୁଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା ଅଧିକ ହୋଇଛି । ୩୦ପ୍ରତିଶତ ଭୋଟ କେମିତି ବଢ଼ିଗଲା ।

୧୦ପ୍ରତିଶତ ଲୋକ କେମିତି ରାତି ୧୧ପରେ ଯାଇ ଭୋଟ ଦେଲେ ତାହାର ଉତ୍ତର ରଖନ୍ତୁ। ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠୁଛି। ଲୋକ ମାନଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ନିର୍ବାଚନ କମିଶନ।ଭୋଟ ଚୋରିକୁ ନେଇ ହାଇକୋଟରେ ମାମଲା ରୁଜୁ କଲା କଂଗ୍ରେସ । ଗଣତିରେ ତ୍ରୁଟି କରି ଭୋଟ ଚୋରି ହୋଇଛି । ଆମେ ସେଥିପାଇଁ ସ୍ବତନ୍ତ୍ର ଅଡିଟ କରିବାକୁ ଦାବି କରୁଛୁ। ଅନ୍ୟ ବିରୋଧୀ ଦଳଙ୍କ ଅଭିଯୋଗ ନୁହେଁ । ମେସିନ , ଇଲୋକ୍ଟ୍ରାଲ ରୋଲ , ୭୦ସି ଏହି କାରଣ ହୋଇଥିବ ଭୋଟ ହେରଫେରର କାରଣ । କଂଗ୍ରେସ ଭୋଟର ଲିଷ୍ଟରେ ସୀମିତ ରହିଛି ଆମେ ତା ସହ ଆମେ ECI ଙ୍କ ତ୍ରୁଟି କୁ ସାମନାକୁ ଆଣି ସ୍ଵତନ୍ତ୍ର ଯାଞ୍ଚ ହେଉ।