କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ବିଜେପିର ଅନ୍ୟତମ ପ୍ରସଙ୍ଗ ଥିଲା ସୈନିକ ସ୍କୁଲ ପାଖ ଡମ୍ପିଂୟାର୍ଡ ସଫେଇ । କିନ୍ତୁ ଦଳ ସରକାରକୁ ଆସିବା ପରେ ଯେମିତି ଏ ପ୍ରସଙ୍ଗ ଭୁଲି ଯାଇଛି । ଗତ ଡିସେମ୍ବର ମାସରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଡମ୍ପିଂୟାର୍ଡ ବୁଲି ଦେଖିବା ସହ ଜାନୁଆରି ଶେଷ ସୁଦ୍ଧା ଅଳିଆ ସଫା ହେବ ବୋଲି କହିଥିଲେ । କିନ୍ତୁ ଅଳିଆ ସଫା କରାଯିବା ବଦଳରେ ଅଳିଆ ବଢୁଥିବାରୁ ବିଜେଡି ପ୍ରଶ୍ନ ଉଠାଇଛି ।

Advertisment

ସତ ମାନିଲେ ମନ୍ତ୍ରୀ
ଡମ୍ପିଂୟାର୍ଡକୁ ନେଇ ଜନ ଅସନ୍ତୋଷ ତେଜୁଥିବା ବେଳେ ବିଳମ୍ବକୁ ସ୍ୱୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହାର ସମାଧାନ ପାଇଁ ୱେଷ୍ଟ ଟୁ ଏନର୍ଜି ପଦ୍ଧତି ବ୍ୟବହାର କରାଯିବ । ଖୁବଶୀଘ୍ର ଏକ ଟିମ୍ ଚେନ୍ନାଇ ଓ ଦିଲ୍ଲୀ ଯାଇ ପ୍ରକ୍ରିୟାକରଣ ଅନୁଧ୍ୟାନ କରିବ । ଏହାସହ ଟାଟା ପାୱାର୍ ସହ କଥା ହୋଇ ଶୀଘ୍ର ୱେଷ୍ଟ ଟୁ ଏନର୍ଜି ପ୍ରକ୍ରିୟା ମାଧ୍ୟମରେ ସମସ୍ୟା ସମାଧାନ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ନକରି ସୈନିକ ସ୍କୁଲକୁ ସ୍ଥାନାନ୍ତର କରିବା କଥା ଉଠୁଛି । ଯାହାକି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇପାରେ ।