ପୁଣି ବିରୋଧୀଙ୍କ ହଟ୍ଟଗୋଳ; ବିଧାନସଭା ପୁଣି ମୁଲତବି

Advertisment

ପୁଣି ସେହି ସମାନ ସ୍ଥିତି, ପୁଣି ସେହି ସମାନ ନିଷ୍ପତ୍ତି । ବିଧାନସଭାରେ ସୋମବାର ବି ଦେଖିବାକୁ ମିଳିଛି, ପୂର୍ବଭଳି ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ସହିତ, ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ପୁଣି ସେହି ସମାନ ସ୍ଥିତି, ପୁଣି ସେହି ସମାନ ନିଷ୍ପତ୍ତି । ବିଧାନସଭାରେ ସୋମବାର ବି ଦେଖିବାକୁ ମିଳିଛି, ପୂର୍ବଭଳି ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ସହିତ, ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।

ବିଧାନସଭା ପୁଣି ମୁଲତବି

ବିଧାନସଭା ପୁଣି ମୁଲତବି Photograph: (kanak news)

କନକ ବ୍ୟୁରୋ: ପୁଣି ସେହି ସମାନ ସ୍ଥିତି, ପୁଣି ସେହି ସମାନ ନିଷ୍ପତ୍ତି । ବିଧାନସଭାରେ ସୋମବାର ବି ଦେଖିବାକୁ ମିଳିଛି, ପୂର୍ବଭଳି ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ସହିତ, ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି । ସୋମବାର ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ଏହାସହ ବିଜେଡି ବିଧାୟକ ମଧ୍ୟ ଆଇନଶୃଙ୍ଖଳା ବିଗିଡିବା ନେଇ ଗୃହ ଭିତରେ ହୋହଲ୍ଲା କରିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଦୋଳ ପୂର୍ଣ୍ଣିମା, ହୋଲି ଓ ରବିବାର ପାଇଁ ତିନି ଦିନ ଛୁଟି ପରେ ଆଜି ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ହୋଲି ଦିନରେ ସାରା ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି। ହୋଲି ଦିନ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ, କଟକରେ ଗୁଳିମାଡ ସମେତ ସାରା ରାଜ୍ୟରେ ହିଂସାକାଣ୍ଡ ଘଟିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ବିରୋଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe