କନକ ବ୍ୟୁରୋ : ବରପାଲି ପ୍ରସ୍ଥାବିତ ରେଲୱେ ସାଇଡିଙ୍ଗକୁ ବିରୋଧ ଓ ବନ୍ଦ କରିବା ନିମନ୍ତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ । ଆନ୍ଦୋଳନରେ ସାମିଲ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ। ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଭାବରେ ଗାଁଠୁ ୩୦୦ ମିଟରର ଦୂରରେ ରେଲୱେ ସାଇଡିଙ୍ଗ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଧାୟକ । ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ତାକୁ ନମାନି ପ୍ରଶାସନ ବଳପୂର୍ବକ ରେଲୱେ ସାଇଡିଙ୍ଗ ନିର୍ମାଣ ଉଦ୍ୟମ ଚଳାଇଛି । ହାଇକୋର୍ଟରେ ଆଗାମୀ ଜୁନ ୨୫ ତାରିଖରେ ଏହି ମାମଲାର ଶୁଣାଣି ହେବ । କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ରେଲୱେ ସାଇଡିଙ୍ଗ କାମ ଆରମ୍ଭ କରିବାକୁ ଉଦ୍ୟମ ଚାଲିଛି । ଜୋର ଜବରଦସ୍ତ ରେଲୱେ ସାଇଡିଂ ନିର୍ମାଣ କରାଗଲେ ଗ୍ରାମବାସୀ ଓ ବିଧାୟକ ରେଲୱେ ସାଇଡିଙ୍ଗରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।