କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳ ଚୌମୁଖରେ ସୁବର୍ଣ୍ଣରେଖା ନଦୀ ମୁହାଣରେ ବହୁମୁଖୀ ବନ୍ଦର ନିର୍ମାଣକୁ ବିରୋଧ । ଜନ ଶୁଣାଣିରେ ଏକାଠି ହେଲେ ୧୦ ହଜାରରୁ ଅଧିକ ଲୋକ । ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ବହୁମୁଖୀ ବନ୍ଦର ନିର୍ମାଣ କରିବାକୁ ପରିବେଶୀୟ ମଞ୍ଜୁରୀ ପାଇଁ ଜିଲ୍ଲା ପ୍ରଶାସନ ଜନଶୁଣାଣି କରୁଛି । ଏହି ଜନ ଶୁଣାଣିରେ ବାଲିଆପାଳ ବ୍ଲକର ୧୦ ହଜାରରୁ ଅଧିକ ଲୋକ ଏକାଠି ହୋଇ ବନ୍ଦର ନିର୍ମାଣକୁ ବିରୋଧ କରିଛନ୍ତି ।
ବାଲିଆପାଳ ଚୌମୁଖରେ ବନ୍ଦର ହେଲେ ଅଞ୍ଚଳର ବିକାଶ ହେବା ସହିତ ପରୋକ୍ଷରେ ଏବଂ ପ୍ରତ୍ୟେକ୍ଷରେ ନିଯୁକ୍ତ ସୃଷ୍ଟି ହେବ। ମାତ୍ର ଏହି ବନ୍ଦର ପାଇଁ ସରକାରୀ ଜମି ଛଡ଼ା କୌଣସି ବ୍ୟକ୍ତିଗତ ଜମି ଯିବ ନାହିଁ । ହେଲେ ବନ୍ଦର ପାଇଁ ବ୍ୟକ୍ତିଗତ ଜମି ହରାଇବାକୁ ପଡିବା ସହିତ ଜୀବନ ଜୀବିକା ସହିତ ଚାଷ ବାସ ହଟାଇବାକୁ ପଡ଼ିବ ବୋଲି ଉପକୂଳ ଭିଟାମାଟି ସୁରକ୍ଷା କମିଟି ଦାବି କରିଆସୁଛି । ବାଲିଆପାଳ ହେଉଛି ଧାନ ପାନ, ମିନ, କାଜୁର ଅଞ୍ଚଳ । ଏହି ସବୁ ଚାଷ ଦ୍ୱାରା ବାଲିଆପାଳବାସୀଙ୍କ ଜୀବନ ଜୀବିକା ନିର୍ଭର କରେ । ତେଣୁ ବନ୍ଦର ହେଲେ ଏସବୁ ହରାଇବାକୁ ପଡିବା ଦାବି କରି ବନ୍ଦରକୁ ବିରୋଧ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଉଛି ।