କନକ ବ୍ୟୁରୋ : ପୁରୀ ଜିଲ୍ଲା ଆଇନଜୀବୀ ସଂଘର ନିଆରା ପ୍ରତିବାଦ । ପୁରୀର ଐତିହ୍ୟ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଧାରଣା । ଅଠରନଳାରେ ରାସ୍ତାରୋକ କରିଛନ୍ତି ଓକିଲ । ତେବେ ପୂର୍ବରୁ ମଧ୍ୟ କୋର୍ଟ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ବାର୍ ଆସୋସିଏସନର ଓକିଲ ମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୯୫ ଦିନ ଧରି ସତ୍ୟାଗ୍ରହ କରିଥିଲେ ଆଇନଜୀବୀ । ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବାରୁ ଆଇନଜୀବୀ ସଂଘ ପକ୍ଷରୁ ରାସ୍ତାରୋକ । ଆଇନଜୀବୀ ସଂଘ ପକ୍ଷରୁ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପ୍ରସ୍ତାବିତ ଜାଗାଟି ମଧୁର ଜଳ ସଂରକ୍ଷଣ ଅଞ୍ଚଳରେ ଆସୁଥିବାବେଳେ ଏହା ମଧ୍ୟ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳରେ ଆସୁଛି । ଯାହା ସିଆରଜେଡ୍ ଆଇନ୍ର ଉଲଘଂନ କରୁଛି । ତେଣୁ ରାଜସ୍ୱ ବିଭାଗ ସମେତ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର କୋର୍ଟ ସ୍ଥାନାନ୍ତର ପ୍ରସଙ୍ଗ ଉପରେ ପୁନଃବିଚାର କରିବାକୁ ଆଇନଜୀବୀ ସଂଘ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ---ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସର ବିକ୍ଷୋଭ ; ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଉଦ୍ୟମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/20/puri-2025-12-20-14-14-30.png)