କନକ ବ୍ୟୁରୋ: ଭାରତର ପ୍ରମୁଖ ଫୁଟ୍‌ବଲ ଲିଗ୍‌ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ଋତୁରେ ଗୋଆର ପ୍ରସିଦ୍ଧ ଫୁଟ୍‌ବଲ୍‌ କ୍ଲବ ଚର୍ଚ୍ଚିଲ୍‌ ବ୍ରଦର୍ସ ଏଫସିକୁ ସାମିଲ କରିବା ପ୍ରସ୍ତାବ ପୁଣି ଥରେ ଅଟକିଯାଇଛି। ଆଇଏସ୍‌ଏଲ୍‌ର ଫ୍ରାଞ୍ଚାଇଜିମାନେ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ସର୍ବ ଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫଏଫ୍‌)କୁ ନିଜର ପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ ଚଳିତ ଋତୁ ଜାରି ରହିଥିବାବେଳେ ଚର୍ଚ୍ଚିଲ ବ୍ରଦର୍ସକୁ ସାମିଲ କରିବା ପ୍ରତିଯୋଗିତାମୂଳକ ସ୍ବଚ୍ଛତା ଓ ଯୋଗ୍ୟତା ଭିତ୍ତିକ ଅଂଶଗ୍ରହଣର ବିରୁଦ୍ଧାଚରଣ କରିବ। 

Advertisment

ଆହୁରି ପଢ଼ନ୍ତୁ... ଆଇପିଏଲ୍‌ ଉପରେ ଅନ୍ତର୍ଜାତୀୟ ନିବେଶକଙ୍କ ନଜର

ପୂର୍ବରୁ ଏ ସଂପର୍କରେ ଆଲୋଚନା ହୋଇଥିଲେ ବି ପୁଣି ଥରେ କେଉଁ ଭିତ୍ତିରେ ଏହି ପ୍ରସଙ୍ଗକୁ ଉଠାଯାଉଛି ତାହା ସ୍ପଷ୍ଟ ହେଉନାହିଁ ବୋଲି ସେମାନେ କହିଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ ଆଇଏସଏଲ୍‌ ୨୦୨୫-୨୬ର ଲିଗ୍‌ ଢାଞ୍ଚା ଚୂଡ଼ାନ୍ତ ହୋଇଯାଇଛି । ଏହି ଭିତ୍ତିରେ ଖେଳ, ଆର୍ଥିକ, ପରିଚାଳନାଗତ ଓ ଚୁକ୍ତିଗତ ବିଷୟଗୁଡ଼ିକ ଚୂଡ଼ାନ୍ତ ହୋଇସାରିଛି। ଏହି ପର୍ଯ୍ୟାରରେ କୌଣସି ପ୍ରସାରର ପରିବର୍ତ୍ତନ ଓ ସଂପ୍ରସାରଣ ଗ୍ରହଣୀୟ ନୁହେଁ।

ଚର୍ଚ୍ଚିଲ୍‌ ବ୍ରଦର୍ସକୁ ସାମିଲ୍‌ କରିବା ପ୍ରସ୍ତାବ ଉପରେ ଏଆଇଏଫଏଫ୍‌ ପକ୍ଷରୁ ବୁଧବାର ୧୪ଟି ଫ୍ରାଞ୍ଚାଇଜିକୁ ପତ୍ର ଲେଖି ସେମାନଙ୍କ ଅନୁମୋଦନ ମଗାଯାଇଥିଲା। ଏହି ୧୪ଟି ମଧ୍ୟରୁ କେବଳ ଏଫସି ଗୋଆ ଓ ସ୍ପୋର୍ଟିଂ କ୍ଲବ ଦିଲ୍ଲୀ ଏହି ପ୍ରସ୍ତାବକୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ବିରୋଧ କରୁଛନ୍ତି। ତେବେ ଏଫସି ଗୋଆ ଓ ସ୍ପୋର୍ଟିଂ କ୍ଲବ ଦିଲ୍ଲୀ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ସେମାନେ ସଂଖ୍ୟାଗରିଷ୍ଠ ଫ୍ରାଞ୍ଚାଇଜିମାନଙ୍କ ମତକୁ ସମର୍ଥନ କରିବେ।