କନକ ବ୍ୟୁରୋ : ଡିନାମାଇଟ୍ ବ୍ଲାଷ୍ଟିଙ୍ଗ ଯୋଗୁ ଗାଁରେ ମୃଦୁ ଭୂମିକମ୍ପ । ତୈଳ ଓ ଗ୍ୟାସ ସନ୍ଧାନରେ ଆଲଫାଜି ଅଫସୋର୍ସ ନାଁରେ ଏକ କମ୍ପାନୀ ଦ୍ବାରା ଏହି ବ୍ଲାଷ୍ଟିଙ୍ଗ କରାଯାଇଛି । ଫଳରେ ଲୋକଙ୍କ ଘର କାନ୍ଥ ଫାଟିଯାଇଛି । ଯାହାକୁ ନେଇ କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ଗୁଆଳି ଗାଁରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ଗାଡ଼ିକୁ ଅଟକାଇ କ୍ଷତିପୂରଣ ଦାବି କରିଛନ୍ତି ।

Advertisment

ରାଜକନିକା ବ୍ଲକର ଗୁଆଳି ଗାଁରେ ବେଆଇନ ବ୍ଲାଷ୍ଟି । ତୈଳ ଓ ଗ୍ୟାସ ସନ୍ଧାନ ପାଇଁ ଏକ ଘରୋଇ କମ୍ପାନୀ ଡିନାମାଇଟ ଦ୍ୱାରା କରୁଛି ଆର୍ଥ ବ୍ଲାଷ୍ଟିଂ । ଫଳରେ ଫାଟି ଯାଇଛି ଘରର କାନ୍ଥ। ଥରି ଉଠୁଛି ଘର । ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମବାସୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ଗାଡ଼ିକୁ ଅଟକାଇ କ୍ଷତିପୂରଣ ଦାବି କରିଛନ୍ତି । ଏବଂ ବିନା ଅନୁମତିରେ କାହିଁକି ବ୍ଲାଷ୍ଟ କରାଗଲା ବୋଲି ପ୍ରଶ୍ନ କରଛନ୍ତି ।

ଧାନ ବିଲରେ ୭୦ ମିଟର ଗାତ ଖୋଳି ବ୍ଲାଷ୍ଟିଂ କରାଯାଉଛି । ପ୍ରାୟ ୯୦ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଛି । ଏବେ ସୁଦ୍ଧା ୨୦ଟି ଜାଗାରେ ବ୍ଲାଷ୍ଟିଂ ସରିଛି । ତେବେ ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ଭୂ-ତଳ ଧାତବ ଓ ଅଣଧାତବ ସାନ୍ଦ୍ରତା ମାପିବା ପାଇଁ ସିଧାସଳଖ ସର୍ଭେ ନକରି..  ଆଉଟସୋର୍ସିଂ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ସଂପୃକ୍ତ କମ୍ପାନୀ ମ୍ୟାନେଜର କହିଛନ୍ତି, ଅଏଲ୍‌ ଇଣ୍ଡିଆ କମ୍ପାନୀର କାମ ତେଲେଙ୍ଗାନର ଆଲଫଜି ଅଫସୋର୍ସ କମ୍ପାନୀ କରୁଛି । ସେପଟେ କନିକା ତହସିଲଦାର କହିଛନ୍ତି, ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ଆସିଛି କି ନାହିଁ, ଦେଖିକି ଜଣାଇବେ । ଲୋକଙ୍କ ଅଜାଣତରେ ଗାଁ ପାଖରେ ବେଆଇନ୍ ବିସ୍ଫୋରଣ ସାଙ୍ଗକୁ ପ୍ରଶାସନିକ ଅଧିକାରୀଙ୍କ ବୟାନ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।