ସ୍ବାଭାବିକ ହୋଇପାରୁନି ବିଧାନସଭା, ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ

Advertisment

ସ୍ବାଭାବିକ ହୋଇପାରୁନି ବିଧାନସଭା । ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଘେରିଲା କଂଗ୍ରେସ । ରାଜ୍ୟରେ ଆଇନଶୃଂଖଳା ବିପର୍ଯ୍ୟସ୍ତ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । ଧୋଇଗଲା ପ୍ରଥମାର୍ଦ୍ଧ, ବିଜେପି କହିଲା, ତୁଛା ହଟ୍ଟଗୋଳ ନକରି ଆଲୋଚନାକୁ ଆସନ୍ତୁ । 

ସ୍ବାଭାବିକ ହୋଇପାରୁନି ବିଧାନସଭା । ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଘେରିଲା କଂଗ୍ରେସ । ରାଜ୍ୟରେ ଆଇନଶୃଂଖଳା ବିପର୍ଯ୍ୟସ୍ତ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । ଧୋଇଗଲା ପ୍ରଥମାର୍ଦ୍ଧ, ବିଜେପି କହିଲା, ତୁଛା ହଟ୍ଟଗୋଳ ନକରି ଆଲୋଚନାକୁ ଆସନ୍ତୁ । 

7 PM 1 -Assembly

କନକ ବ୍ୟୁରୋ: ବିରୋଧୀଙ୍କ ହଙ୍ଗାମା ଭିତରେ ସ୍ବାଭାବିକ ଭାବେ ଚାଲିପାରୁନି ଗୃହକାର୍ଯ୍ୟ । କଂଗ୍ରେସ ସେହି ସମାନ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଉଛି । ଅନ୍ୟପଟେ ପ୍ରତିଦିନ ପ୍ରସଙ୍ଗ ବଦଳାଇ ଶାସକ ଦଳକୁ ବିଧାନସଭାରେ ଘେରୁଛି ବିଜେଡି । ବିରୋଧୀଙ୍କ ଅଭିଯୋଗ ଭିତରେ ବିଜେପି କହିଛି, ହଟ୍ଟଗୋଳ ନକରି ଆଲୋଚନାକୁ ଆସନ୍ତୁ ବିରୋଧୀ । 

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ
ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ବାଚସ୍ପତ୍ତିଙ୍କ କଥା ଶୁଣୁନାହାନ୍ତି ବିରୋଧୀ, ଗୃହରେ ହୋଇପାରୁନି ଆଲୋଚନା । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ବିଧାନସଭାରେ ହଙ୍ଗାମା କରିଛି ବିଜେଡି । ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । ଗୃହ ଭିତରେ ଓ ଗୃହ ବାହାରେ ଏ ପ୍ରସଙ୍ଗରେ ଶାସକ ଦଳକୁ ନାକେଦମ କରିଛି କଂଗ୍ରେସ । ନାରୀ ନିର୍ଯାତନା  ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଦାବି କରିଛି ଦଳ । ଅନ୍ୟପଟେ ରାଜ୍ୟରେ ରଙ୍ଗର ହୋଲି ବଦଳରେ ରକ୍ତର ହୋଲି ଖେଳାଯାଉଛି ବୋଲି କହିଛି ବିଜେଡି । ହୋଲିରେ ୯ ଜୀବନ ଯାଇଥିବା କହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଆଇନା ଦେଖାଇଛି ଦଳ । ଏଥିପାଇଁ ଗୃହ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି ।
 
ରାଜ୍ୟରେ ଗତ ୮ ମାସରେ ବିଭିନ୍ନ ଥାନାରେ ୧ ଲକ୍ଷ ୩୫ ହଜାର ୭୪ଟି ମାମଲା ରୁଜୁ ହୋଇଥିବା ନେଇ ନିଜେ ବିଧାନସଭାରେ ମାନିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମାମଲା ରୁଜୁ ହୋଇଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରମାଣ ରଖି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ଆଇନଶୃଙ୍ଖଳା ପ୍ରସଙ୍ଗରେ ଗୃହରେ ଆଲୋଚନାର ସୁଯୋଗ ଥିଲେ ମଧ୍ୟ କାହିଁକି ବିରୋଧୀ ହଟ୍ଟଗୋଳ କରୁଛନ୍ତି ? ବୋଲି ପ୍ରଶ୍ନ କରିଛି ବିଜେପି । 
 
ଗୃହକାର୍ଯ୍ୟ ସ୍ବାଭାବିକ ନହେବାକୁ ନେଇ ଉଭୟ ଶାସକ-ବିରୋଧୀ ପରସ୍ପରକୁ ଦାୟୀ କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା ବଦଳରେ ଏମିତି କାଦୁଆ ଫିଙ୍ଗା ରାଜନୀତି କେତେଦିନ ଚାଲିବ ? ଗୃହ ପରିଚାଳନା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା କେତେଦୂର ଗ୍ରହଣୀୟ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe