କନକ ବ୍ୟୁରୋ: ସାରା ଦେଶର ପାଳିତ ହୋଇଯାଇଛି ୭୯ତମ ସ୍ବାଧିନତା ଦିବସ ସମାରୋହ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ବିରୋଧୀଙ୍କୁ ଟାର୍ଗେଟ । ୭୯ତମ ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉଡାଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ରେକର୍ଡ ୧୦୩ ମିନିଟ୍‌ ଧରି ନିଜ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ୫୦ ବର୍ଷ ତଳ ଏମରଜେନ୍ସି କଥା ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଓଡ଼ିଶା ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜନୈତିକ ଉଦ୍ଦେଶ୍ୟ ଅବା ପଲିସିରେ ପାରାଲିସ୍‌ ଯୋଗୁଁ ହୋଇଛି ପ୍ରଗତୀରେ ବାଧା ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।