ନାଁ ପରିବର୍ତ୍ତନ ନେଇ ରାଜନୀତି । ବିରୋଧୀ କହିଲେ, ବିଜେପି କେବଳ ନେମ୍‌ ଚେଞ୍ଜର ସରକାର ।

Advertisment

କଂଗ୍ରେସରେ କହିଲା ନୂଆ ସରକାରରେ ନାହିଁ କିଛି ନୂଆ । ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।

Updated On

କଂଗ୍ରେସରେ କହିଲା ନୂଆ ସରକାରରେ ନାହିଁ କିଛି ନୂଆ । ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ।

ଅଦ୍ୟତନ ହୋଇଛି
21fgf

କନକ ବ୍ୟୁରୋ: ‘ମୋ ସ୍କୁଲ’ ନାମ ପରିବର୍ତ୍ତନ ନେଇ ତେଜିଲା ରାଜନୀତି । ବିରୋଧୀ ବିଜେଡି କହିଛି, ବିଜେପି ସରକାର ହେଉଛି କେବଳ ନେମ୍ ଚେଞ୍ଜର ସରକାର । ବିଜେପି ସରକାର ପୂର୍ବ ସରକାରରେ ଥିବା ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ କରୁଛନ୍ତି, କାଳିଆ ଯୋଜନାକୁ ସିଏମ୍ କିଷାନ କଲେ, ମୋ ସ୍କୁଲକୁ ଚେଞ୍ଜ୍ କରି ପଞ୍ଚଶଖା କଲେ, ସରକାରରେ ନୂତନତ୍ବ ନାହିଁ କି ବିଶେଷତ୍ଵ ନାହିଁ । ସେହିପରି କଂଗ୍ରେସ କହିଛି, ନୂଆ ସରକାରରେ କିଛି ନୂତନତ୍ବ ନାହିଁ, ବଜେଟରେ କିଛି ନୂଆ ନାହିଁ, ପୁରୁଣା ଜିନିଷକୁ ନୂଆ ନାଁ ଦେଉଛି ବିଜେପି, ସେବେ ମୋ ସ୍କୁଲ ‘ଫାଇବ୍‌ ଟି’ ଥିଲା, ଏବେ ଏମାନେ କଲେ ପଞ୍ଚଶଖା, ବିଜେଡିର ‘ଫାଇବ୍‌ ଟି’ରେ ପାଞ୍ଚ ଥିଲା, ବିଜେପିରେ ପଞ୍ଚସଖାରେ ବି ପାଞ୍ଚ ଅଛି, ଏଥିରେ ଅଧିକ କିଛି ନାହି, ଖାଲି ହାଇଡ୍ରାମା କରୁଛନ୍ତି, ଲୋକଙ୍କୁ ଭେଳିକି ଦେଖାଉଛନ୍ତି, ବିଜେଡି ଯାହା କରୁଥିଲା ବିଜେପି ତାହା କରୁଛି । ସେପଟେ ବିଜେଡି, କଂଗ୍ରେସ ଆକ୍ଷେପ ଉପରେ ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe