କନକବ୍ୟୁରୋ : ଦୁଇ ଦିନ ପରେ ଆଜିଠୁ ପୁଣି  ଆରମ୍ଭ ହୋଇଛି  ବିଧାନସଭା । ବଜେଟ୍ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ। ଗୃହ ଆରମ୍ଭ ରୁ ହୋଇଥିଲା ଶୋକ ପ୍ରସ୍ତାବ , ଶୋକ ପ୍ରସ୍ତାବ ପରେ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି ।  ପୋଷ୍ଟର ଏବଂ ପ୍ଲାକାର୍ଡ ଧରି କଂଗ୍ରେସ ସଦସ୍ୟଙ୍କ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି  ।  ରାଜ୍ୟରେ ନାରୀ ଅସୁରକ୍ଷିତ, ନାରୀ ନିର୍ଯାତନା ବନ୍ଦ କର, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ରାଜ୍ୟରେ ରାବଣ ଶାସନ ଚାଲୁଥିବା  କହି ନାରାବାଜି କରୁଛନ୍ତି...

Advertisment

ଏଥିସହ ବିଧାନସଭା ଗୃହରେ ବିଜେଡି ଉଠେଇଲା ଜୟ ନାରାୟଣ ପ୍ରସଙ୍ଗ ।  ସେହି ପ୍ରସଙ୍ଗ ପରେ ଗୃହରେ ନାରାବାଜି କରୁଥିବା ଦେଖାଦେଇଛି , ସେପଟେ ଓଡିଶାକୁ ଭାଗ ଭାଗ ଚଳିବ ନାହିଁ  ବୋଲି ମଧ୍ୟ ନାରା ଦେଉଛି ବିଜେଡି  ।   ବିଧାୟକଙ୍କୁ ନିଜ ସ୍ଥାନକୁ ଯିବାକୁ ନିବେଦନ କରିଥିଲେ ବାଚସ୍ପତି ସୁରମା ପାଢୀ  । ପ୍ରବଳ ହଟ୍ଟଗୋଳ ପରେ  ଗୃହ କାର୍ଯ୍ୟକୁ ଦିନ  ୧୨ ଟା ୯ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି