କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦିଲ୍ଲୀ ନିର୍ବାଚନ । ୫ରେ ଭୋଟ ପଡିବ ଓ ୨୮ରେ ଜେଲରୁ ପାରୋଲରେ ବାହାରିଲେ ଡେରା ସଚ୍ଚା ମୁଖ୍ୟ ରାମ ରହିମ । ଦୁର୍ଷ୍କମ ଓ ହତ୍ୟା ମାମଲାର ଦୋଷୀ ରାମ ରହିମ ହରିୟାଣା ସୁନାରିଆ ଜେଲରେ ବନ୍ଦୀ ଥିବାବେଳେ ଏପର୍ୟ୍ୟନ୍ତ ୧୨ଥର ପାରୋଲରେ ଜେଲ ବାହାରୁକ ଆସିବା ଘଟଣା ସହଜରେ ହଜମ ହେଉନି ।ଏହାକୁ ସିଧାସଳଖ ରାଜନୀତି ସହ ଯୋଡା ଗଲାଣି ।
ପାରୋଲ ପଛରେ ରାଜନୀତି!
ଦୋଷୀର ପାରୋଲ ଉପରେ ରାଜ୍ୟ ସରକାର ନିଷ୍ପତି ନେଇପାରିବେ
ହରିୟାଣାର ପୂର୍ବତନ ଖଟ୍ଟର ସରକାରଙ୍କ ସମୟରେ ମଧ୍ୟ ପାରୋଲ ମିଳିଥିଲା
ଦିଲ୍ଲୀ ନିର୍ବାଚନ ଠିକ ପୂର୍ବରୁ ପୁଣି ରାମରହିମଙ୍କୁ ପାରୋଲ
ପାରୋଲକୁ ଏଥିପାଇଁ ରାଜନୀତି ସହ ଯୋଡା ହେଉଛି କାରଣ ଦିଲ୍ଲୀରେ ଡେରା ସଚ୍ଚାର ଶହ ଶହ ସମର୍ଥକ ଅଛନ୍ତି ଓ ରାମ ରହିମ ମଧ୍ୟ ବିଜେପି ସମର୍ଥକ । ବିରୋଧୀଙ୍କ ଅଭିଯୋଗ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦୋଷୀକୁ ପାରୋଲରେ ବାହାରକୁ ଆଣିଛି ବିଜେପି ।ଏତତ ଦ୍ବାରା ବିଜେପିକୁ ଭୋଟ ପାଇବରେ ରାମରହିମଙ୍କ ବଡ ଭୂମିକା ରହିପାରେ ।
ତଥ୍ୟ କହୁଛି ରାମ ରହିମଙ୍କୁ ---
୨୦୨୦ ଅକ୍ଟୋବର ୨୦, ୨୦୨୧ ମେ ୧୨, ମେ ୧୭, ଜୁନ ୩ ଜୁନ ୮, ଜୁଲାଇ ୧୩, ୨୦୨୨ ଫେବ୍ରୁଆରୀରେ ୨୧ ଦିନ, ଜୁନରେ ୩୦ ଦିନ,ଅକ୍ଟୋବରରେ ୨୧ଦିନ, ୨୦୨୩ ଜାନୁଆରୀ ୨୧ରେ ୪୦ଦିନ, ୨୦ ଜୁଲାଇରେ ୩୦ଦିନ, ନଭେମ୍ବର ୨୦ରେ ୩୦ଦିନ, ୨୦୨୪ ଜାନୁଆରୀ ୧୯ରେ ୫୦ଦିନ, ଅଗଷ୍ଟ ୧୨ରେ ୨୧ଦିନ, ଅକ୍ଟୋବର ୧ରେ ୨୦ଦିନ,୨୦୨୫ ଫେବ୍ରୁଆରୀ ୨୭ରେ ୨୦ଦିନ ପାରୋଲ ମିଳିଛି ।
କାହିଁକି ଦୋଷୀକୁ ବାରମ୍ବାର ପାରୋଲ ମିଳୁଛି ଏହାକୁ ନେଇ ଯେତିକି ପ୍ରଶ୍ନ ଉଠୁଛି ସେତିକି ବିରୋଧ ମଧ୍ୟ କରାଯାଉଛି । ଶିରୋମଣୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି ଏହାକୁ ଜୋରଦାର ବିରୋଧ କରି ଆଜି ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭ କରିଛି । ସେପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ରାମରହିମଙ୍କ ପ୍ରତି ହରିୟାଣା ସରକାରଙ୍କ କୋହଳ ମନୋଭାବ ଉପରେ ପ୍ରଶ୍ନ ଉଠାଇଛି