କନକ ବ୍ୟୁରୋ : ବିହାରରେ ସଂଶୋଧିତ ଚିଠା ଭୋଟର ତାଲିକାରୁ ବାଦ୍ ପଡ଼ିବା ନେଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଅଭିଯୋଗକୁ ନିର୍ବାଚନ କମିସନଙ୍କ ଖଣ୍ଡନ । ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ପରେ ଗତକାଲି  ପ୍ରକାଶିତ ଚିଠା ଭୋଟର ତାଲିକାରୁ ବାଦ୍ ପଡିଥିବା ତେଜସ୍ୱୀ ଅଭିଯୋଗ କରିଥିଲେ। ତେଜସ୍ବୀ ପ୍ରଶ୍ନ କରିଥିଲେ, ମୁଁ ନିର୍ବାଚନ ଲଢ଼ିବି କିପରି ? ଏହାପରେ ନିର୍ବାଚନ କମିସନ ତାଲିକା ଯାଂଚ କରି କହିଛନ୍ତି, ତେଜସ୍ୱୀଙ୍କ ନାଁ ଚିଠା ଭୋଟର ତାଲିକାରେ ଅଛି । ନିର୍ବାଚନ କମିସନ ଏନେଇ ବିସ୍ତୃତ ବିବରଣୀ ଦେଇଛନ୍ତି । କହିଛନ୍ତି, ତେଜସ୍ୱୀ ଭଲ ଭାବେ ତାଲିକା ଯାଞ୍ଚ କରନ୍ତୁ । ବିହାରରେ ଭୋଟର ତାଲିକାରୁ ବହୁ ଲୋକ ବାଦ୍ ପଡିଥିବା ନେଇ ବାଦ ବିବାଦ ଲଗିରହିଛି । ତେବେ ତାଲିକା ଆହୁରି ସଂଶୋଧନ କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି ।