କନକ ବ୍ୟୁରୋ :  ଚାଲିପାରୁନି ବିଧାନସଭା, ଚାଲିଛି କାଦୁଅଫିଙ୍ଗା ରାଜନୀତି । ଗୃହକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକର ସାହାରା ନେଇଛନ୍ତି ବାଚସ୍ପତି । ହେଲେ ବିରୋଧୀ ଏବେ ବି ନଛୋଡ଼ବନ୍ଧା । ହାତରେ ଆଉ ୨ ଦିନର ସମୟ ରହିଛି । ଆଜି ବିଧାନସଭା ସଭା ସ୍ବାଭାବିକ ହେବ ନା ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଶାସନ କ୍ଷମତାରୁ ହଟିବା ପରେ ଗତକାଲି ପୁଣିଥରେ ବିଧାନସଭା ଘେରିଥିଲା ବିଜେଡି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଥିବା ଅଭିଯୋଗ ଆଣି ଦଳର ବରିଷ୍ଠ ନେତାଙ୍କ ସମେତ ହଜାର ହଜାର ନିର୍ବାଚିତ ପ୍ରତିନିଧି ଓ କର୍ମୀ ଲୋୟର ପିଏମଜିରେ ଏକାଠି ହୋଇ ଗର୍ଜନ କରିଥିଲେ । ଲୋ‌ୟର ପିଏମଜି‌ରେ ଦୁଇଟି ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବା ସମୟରେ ଶେଷ ବ୍ୟାରିକେଡ୍‌ ନିକଟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପାଣି ମାଡ଼ କରିବା ସହ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲା। ତେବେ ଆଜି ଏହି ପ୍ରସଙ୍ଗରେ ପୁଣି ବିଧାନସଭାରେ ବିରୋଧୀ ହୋହାଲ୍ଲା କରିପାରନ୍ତି। 

Advertisment