କନକ ବ୍ୟୁରୋ: ସମସ୍ତଙ୍କ ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଫୁଡ୍ ଟେଷ୍ଟ କରିବାର ଭିଡିଓ ଏବେ ଭାଇରାଲ ହେଉଛି । ଏକ ଭୋଜିରେ ଯୋଗ ଦେବା ଅବସରରେ ଗୁପ୍ଚୁପ୍ ଷ୍ଟଲକୁ ଯାଇଥିଲେ । ମାଗି ଖାଇଥିଲେ, ଭଲ ଲାଗିବାରୁ କହିଲେ ‘ୱାନ୍ ମୋର ପ୍ଲିଜ୍’ ।
କିଛି କିଛି ସମୟରେ ନବୀନଙ୍କ ନିର୍ଦ୍ଦିଷ୍ଟ ଖାଦ୍ୟକୁ ନେଇ ପ୍ରଶଂସା ରାଜ୍ୟବାସୀଙ୍କୁ ଖୁବ୍ ପସନ୍ଦ ଆସିଛି । କେତେବେଳେ ପଖାଳର ମଜା ନେବାବେଳେ ତ କେବେବେଳେ ମିଠା ଦହି ଖାଇବାର ଦୃଶ୍ୟ ଭାଇରାଲ ହୋଇଯାଏ ।
ପୂର୍ବରୁ ନବୀନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସେଠାରେ ଲୋକଙ୍କୁ ନିଜେ ଖାଦ୍ୟ ପରଷିବା ଓ ନିଜେ ସେହି ଖାଦ୍ୟକୁ ଖାଉଥିବାର ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ କଟକୋର ଏକ ଡାଏରୀ ଫାର୍ମ ଉଦଘାଟନ କରିବାକୁ ଯାଇ ସେଠାରେ ମିଠା ଦହି ଖାଇଥିଲେ । କହିଥିଲେ , ‘ବହୁତ ଭଲ ଲାଗିଲା, ମୁଁ ଏହାକୁ ନିଶ୍ଚୟ ଅର୍ଡର କରିବି’ ।
ଇଫତାର ପାର୍ଟିରେ ବି ନବୀନଙ୍କୁ ଦେଖିବାକୁ ମିଳିଥିଲା । ରାଜଧାନୀର ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ ନବୀନ । ସେଠାରେ ତାଙ୍କୁ ଭଲ ଲାଗିଥିଲା ବିରିର୍ୟାନୀ ଓ କବାବ । ତାଙ୍କର ଖାଦ୍ୟ ମିଜାଜ ବିଭିନ୍ନ ସମୟରେ ଖବର ସାଉଁଟିଛି ।