ବିହାରରେ ଗଡ଼ିଲା ବିରୋଧୀ ଦଳ ନେତାଙ୍କ ବୁଲେଟ, ଭୋଟର ଅଧିକାର ଯାତ୍ରାରେ ଧ୍ୟାନ ଆକର୍ଷଣ କଲେ ରାହୁଲ ଓ ତେଜସ୍ବୀଙ୍କ ବାଇକ୍‌ ରାଲି

Advertisment

ଭୋଟର ଅଧିକାର ଯାତ୍ରାରେ ଧ୍ୟାନ ଆକର୍ଷଣ କଲେ ରାହୁଲ ଓ ତେଜସ୍ବୀଙ୍କ ବାଇକରାଲି । ସୋସିଆଲ ମିଡିଆରେ ଭାଇରାଲ ।

ଭୋଟର ଅଧିକାର ଯାତ୍ରାରେ ଧ୍ୟାନ ଆକର୍ଷଣ କଲେ ରାହୁଲ ଓ ତେଜସ୍ବୀଙ୍କ ବାଇକରାଲି । ସୋସିଆଲ ମିଡିଆରେ ଭାଇରାଲ ।

ବିହାରରେ ରାହୁଲଙ୍କ ବୁଲେଟ ରାଲି

ବିହାରରେ ରାହୁଲଙ୍କ ବୁଲେଟ ରାଲି Photograph: (KanakNews)

କନକ ବ୍ୟୁରୋ: ବିହାରରେ ଗଡିଲା ବିରୋଧୀ ଦଳ ନେତାଙ୍କ ବୁଲେଟ  । ଭୋଟର ଅଧିକାର ଯାତ୍ରାରେ ରବିବାର ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭୋଟରଙ୍କ ପାଇଁ ବିହାରରେ ମହାଗଠବନ୍ଧନ କରୁଥିବା ରାଲିରେ ଆଜି ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି । ହେଲମେଟ ପିନ୍ଧି ରାହୁଲ ବୁଲେଟ ଚଳାଉଥିବାବେଳେ ପାଖରେ ତେଜସ୍ବୀଙ୍କୁ ମଧ୍ୟ ଖୁବ ଯୋଶରେ ଦେଖିବାକୁ ମିଳିଛି ।  

ଶତାଧିକ ସମର୍ଥକଙ୍କ ଗହଣରେ କଂଗ୍ରେସ ଓ ଆରଜେଡି ନେତାଙ୍କ ବୁଲେଟ ଚଳାଇବା ଦୃଶ୍ୟ ବେଶ ରୋଚକ ହୋଇଛି । ଯୁବନେତାଙ୍କ ବାଇକ ରାଲି, ବିହାର ରାଜନୀତି 'ଭୋଟର ଅଧିକାର ଯାତ୍ରା'ରେ ରଙ୍ଗୀନ କରିଛି ।  କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ରବିବାର ପୁର୍ଣ୍ଣିଆରୁ ପୁଣି ଥରେ ରାସ୍ତାକୁ ବାହାରି ଏକ ବାଇକ୍ ଚଲାଇ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚିଛନ୍ତି । ଏହି ଯାତ୍ରା ରାଜ୍ୟର ଭୋଟର ତାଲିକାରେ ହୋଇଥିବା ଅଭିଯୋଗ ଅନିୟମିତତା ବିରୁଦ୍ଧରେ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe