କନକ ବ୍ୟୁରୋ: ବିହାରରେ ଗଡିଲା ବିରୋଧୀ ଦଳ ନେତାଙ୍କ ବୁଲେଟ । ଭୋଟର ଅଧିକାର ଯାତ୍ରାରେ ରବିବାର ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭୋଟରଙ୍କ ପାଇଁ ବିହାରରେ ମହାଗଠବନ୍ଧନ କରୁଥିବା ରାଲିରେ ଆଜି ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି । ହେଲମେଟ ପିନ୍ଧି ରାହୁଲ ବୁଲେଟ ଚଳାଉଥିବାବେଳେ ପାଖରେ ତେଜସ୍ବୀଙ୍କୁ ମଧ୍ୟ ଖୁବ ଯୋଶରେ ଦେଖିବାକୁ ମିଳିଛି ।
ଶତାଧିକ ସମର୍ଥକଙ୍କ ଗହଣରେ କଂଗ୍ରେସ ଓ ଆରଜେଡି ନେତାଙ୍କ ବୁଲେଟ ଚଳାଇବା ଦୃଶ୍ୟ ବେଶ ରୋଚକ ହୋଇଛି । ଯୁବନେତାଙ୍କ ବାଇକ ରାଲି, ବିହାର ରାଜନୀତି 'ଭୋଟର ଅଧିକାର ଯାତ୍ରା'ରେ ରଙ୍ଗୀନ କରିଛି । କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ରବିବାର ପୁର୍ଣ୍ଣିଆରୁ ପୁଣି ଥରେ ରାସ୍ତାକୁ ବାହାରି ଏକ ବାଇକ୍ ଚଲାଇ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚିଛନ୍ତି । ଏହି ଯାତ୍ରା ରାଜ୍ୟର ଭୋଟର ତାଲିକାରେ ହୋଇଥିବା ଅଭିଯୋଗ ଅନିୟମିତତା ବିରୁଦ୍ଧରେ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/24/bihar-2025-08-24-14-57-04.jpg)