କନକ ବ୍ୟୁରୋ : ଶନିବାର ଜମ୍ମୁକାଶ୍ମୀର ପୁଞ୍ଚ ଜିଲ୍ଲାରେ ପହଁଚିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗସ୍ତଙ୍କୁ ଭେଟିଛନ୍ତି । ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇ ଭାରତ କରିଥିଲା ଅପରେସନ ସିନ୍ଦୂର । ଯେଉଁଥିରେ ବିଚଳିତ,ଭୟଭୀତ ପାକିସ୍ତାନ ଜମ୍ମୁକାଶ୍ମୀର ସୀମାବର୍ତ୍ତୀ ଅଞ୍ଚରେ ଗୁଳି, ମୋଟାର ମାଡ କରି ବ୍ୟାପକ କ୍ଷତି ଘଟାଇଛି । ତେବେ ରାହୁଲ ଏଠାରେ ପହଁଚି କ୍ଷତିଗ୍ରସ୍ତଙ୍କ ମନୋବଳ ବଢ଼ାଇବା ସହ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

Advertisment

ସେପଟେ କଂଗ୍ରେସ କହିଛି ବିରୋଧୀ ଦଳ ମଧ୍ୟରେ କଂଗ୍ରେସ ଏପରିକି ଏକ ଦଳ ଯିଏ ସବୁ ସମୟରେ ଜନତାଙ୍କ ନିକଟରେ ପହଁଚେ । ଯେଉଁଠି ସରକାର କି ତାଙ୍କ ପ୍ରତିନିଧିମଣ୍ଡଳୀ ପହଁଚିନାହାଁନ୍ତି ସେଠି କଂଗ୍ରେସ ପହଞ୍ଚିଥାଏ । 

ବିଶ୍ବ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବାକୁ ଭାରତ ସରକାର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀଙ୍କୁ ୩୨ ରାଷ୍ଟ୍ରକୁ ପଠାଇଛନ୍ତି । ଏଥିରେ ପ୍ରସ୍ତାବିତ ନାଁ ବଦଳରେ କାହିଁକି ଶଶି ଥରୁରଙ୍କ ସ୍ଥାନ ମିଳିଲା ବୋଲି ଆପତି କରୁଛି କଂଗ୍ରେସ । ସେପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ସେହି ବୟାନକୁ ନେଇ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି । ଏପରି ସ୍ଥିତିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ଟାର୍ଗେଟ କରୁଥିବାବେଳେ ପୁଞ୍ଚରେ ପହଁଚିବା  କଂଗ୍ରେସ ସାଂସଦ ନିଜ ଭାବମୂତ୍ତିକୁ ନୂଆ ରୂପ ଦେବାକୁ ପ୍ରୟାସ ଚଳାଇଥିବା କୁହାଯାଉଛି ।