କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଜ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳିର ଶେରଗଡ଼ ବ୍ଲକ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଏହା ପରେ ହିଞ୍ଜିଳିକାଟୁ, ଆସିକାରେ ଚାଷୀଙ୍କ ସହ ଆଲୋଚନା କରି କବିସୂର୍ଯ୍ୟନଗର, ଖଲିକୋଟ ନିର୍ବାଚନ ମଣ୍ଡଳୀର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ଚାଷୀଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର କ୍ଷତିପୂରଣ ମିଳିବ ବୋଲି ଆଶ୍ବାସନା ଦେଇଥିଲେ। ରାଜ୍ୟ ରାଜନୀତି ପାଇଁ ଗଞ୍ଜାମ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସବୁ ଦଳ।