କନକବ୍ୟୁରୋ : ନନ୍ଦିଘୋଷ ରଥଟଣା ବିଳମ୍ବକୁ ସବୁଠି ଉଦବେଗ ପ୍ରକାଶ ପାଇଛି , ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏକ୍ସ ହ୍ୟାଣ୍ତେଲ ରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଆମେ ଏଠାରେ କାହାକୁ ଦୋଷୀ କରୁ ନାହୁଁ କି ଅଯଥା ବିଳମ୍ବ ପାଇଁ କାହାକୁ ଦାୟୀ ମଧ୍ୟ କରୁ ନାହୁଁ , କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମକୁ ଗଭୀର ଚିନ୍ତା ଓ ଦୁଃଖ ମଧ୍ୟ ଦେଇଛି । ସମାନ ଘଟଣା ବାରମ୍ବାର ମହାପ୍ରଭୁଙ୍କ ସହ ହେବ ଉଚିତ କଥା ନୁହେଁ । ଗତ ବର୍ଷ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଥିଲେ । ଏହା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ଭୁଲିବା କଷ୍ଟକର ।
ଏବର୍ଷ, ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକି ରହିଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ , କିନ୍ତୁ ଏଭଳି ଘଟଣା ଘଟିବା ଦ୍ବାରା ଏହା ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଉଛି । ଏହା ବିଶ୍ବରେ ମଧ୍ୟ ଖରାପ ହେଉଛି , ଆମ ମହାପ୍ରଭୁଙ୍କୁ ନେଇ ଏମିତି କରିବା ଠିକ ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ହତାଶ କରିଛି ।
ଭିଡ଼ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ବ ଏହା ଉପରେ ମଧ୍ୟ ପ୍ରଶାସନ କଡା ନଜର ରଖିବା ନିହାତି ଜରୁରୀ କିନ୍ତୁ ଏତେ ସୁରକ୍ଷା ପରେ ମଧ୍ୟ ଶତାଧିକ ଭକ୍ତ ଆହାତ ହେବା ମୋତେ ଗଭୀର କଷ୍ଟ ଦେଇଛି । ଏହି ଅବ୍ୟବସ୍ଥା ପାଇଁ ମହାପ୍ରଭୁ କ୍ଷମା ଦିଅନ୍ତୁ । ଏହିସବୁ ଆମ ମହାପ୍ରଭୁଙ୍କ ପାଇଁ ଶୁଭଙ୍କର ନୁହେଁ । ଏଥିସହ ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଚକାଆଖି ସବୁ ଦେଖୁଛି