କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଆଶ୍ୱସ୍ଥି । ୨୦୨୧ ରେ ଆୟକର ବିଭାଗ ଅଜିତ ପାୱାରଙ୍କ ନାମରେ ଥିବା ୧ ହଜାର କୋଟି ଟଙ୍କାରୁ ଅଧ୍ଚଳ ବେଆଇନ ସମ୍ପତ୍ତି ଜବତ କରିଥିଲା, ଯାହା ଆଜି ଆୟକର ବିଭାଗ ରିଲିଜ କରିଦେଇଛି । ନ୍ୟାୟାଳୟ ତରଫରୁ ଅଜିତ ପାୱାର ଓ ତାଙ୍କ ପରିବାର ନାମରେ ଥିବା ବେନାମୀ ସମ୍ପତ୍ତି ଠୁଳ ମାମଲାକୁ ଖାରଜ କରିଦେଇଛନ୍ତି । ଏହାକୁ ନେଇ ଏବେ ବିରୋଧୀ ବିଜେପିକୁ ଟାର୍ଗେଟ୍ କରିଛି ।
୨୦୨୧ ଅକ୍ଟୋବର ୭ ତାରିଖରେ ଆୟକର ବିଭାଗ ଅଜିତ ପାୱାରଙ୍କ ଅଧିକାରରେ ଥିବା ଅନେକ କମ୍ପାନୀ ଉପରେ ଚଢାଉ କରିଥିଲା । ଏଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି, ଏହି ସମ୍ପତ୍ତି ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।
କୋର୍ଟଙ୍କର ଏଭଳି ରାୟକୁ ବିରୋଧ କରି କଂଗ୍ରେସ ନେତା ବିଜୟ ବେଡେଦିୱାର କହିଛନ୍ତି କି, ବିଜେପିର ଘର ଏମିତି ଏଠାକୁ ଯିବ ଆସିବ ସେ ସଫା ହୋଇ ବାହାରକୁ ଯିବ । ବିଜେପି ସହ ମେଣ୍ଟ କରିବା ପାଇଁ ଅଜିତ୍ ପାୱାର ଚୁକ୍ତି କରିଥିଲେ, ଯାହାର ସୁଫଳ ଆଜି ବିଜେପି ତାଙ୍କୁ ଦେଇଛି ବୋଲି ବିଜୟ କଟାକ୍ଷ କରିଛନ୍ତି । ସେହିଭଳି ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ସଂଜୟ ରାଉତ କହିଛନ୍ତି କି, ଅଜିତ ପାୱାର ବିଜେପିର ୱାସିଂ ମେସିନରେ ସଫା ହୋଇଗଲେ ।