ପ୍ରାରମ୍ଭରୁ ବିରୋଧ, ଅଚାନକ କାହିଁକି ୟୁଟର୍ଣ୍ଣ ନେଲା ବିଜେଡି: ବିଲ୍‌କୁ ନେଇ ହେଲା କି ଡିଲ୍‌, ରାଜନୈତିକ ମହଲରେ ଚର୍ଚ୍ଚା

ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ ସଂଶୋଧନ । ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ । କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି ।

41bjd

Photograph: (kanak news)

କନକ ବ୍ୟୁରୋ: ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ । ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ । କହିଛନ୍ତି ଯେ, ସେ ବିଲକୁ ସମର୍ଥନ କରିଛନ୍ତି । ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ବନ୍ଦ୍ବ । କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ । ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନା ଖାନ୍ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ । ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି। ତାହେଲେ ବାକି ସାଂସଦମାନେ ସପକ୍ଷରେ କି ବିପକ୍ଷରେ ଭୋଟ୍‌ ଦେଇଛନ୍ତି, ତାହା ଏବେବି ସସପେନ୍ସ। 

ୱାକଫ୍ ବିଲ୍, ବିଜେଡିର ଡିଲ୍?
ଉଭୟ ଲୋକସଭା ସହିତ ରାଜ୍ୟସଭାରେ ଓ୍ୱାକଫ୍ ବିଲ୍ ପାସ୍ 
ୱାକଫ୍ ବିଲ୍‌କୁ ବିଜେଡି ବିରୋଧ କରିବ କୁହାଯାଉଥିଲା
ବିରୋଧ କରିଥିଲେ ସାଂସଦ ମୁନ୍ନା ଖାଁ
କିନ୍ତୁ ସମର୍ଥନ କରି ଚର୍ଚ୍ଚାରେ ବିଜେଡି ସାଂସଦ
ଓ୍ୱାକଫ୍ ବିଲ୍‌କୁ ସମର୍ଥନ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର
ସସ୍ମିତ କହିଛନ୍ତି, ସେ ଓ୍ୱାକଫ୍ ବିଲ୍ ସମର୍ଥନରେ ଭୋଟ୍ ଦେଇଛନ୍ତି
‘ବିଜେଡି ସାଂସଦଙ୍କୁ ବିବେକ ଅନୁସାରେ ଭୋଟ୍ ଦେବାକୁ କୁହାଯାଇଥିଲା’
‘ତେଣୁ ଏହି ବିଲ୍‌କୁ ସମର୍ଥନ କରିଛି’: ସସ୍ମିତ ପାତ୍ର
ଦଳର ଅନ୍ୟ ସାଂସଦ ସମର୍ଥନ କରିଛନ୍ତି କି ନାହିଁ, ସେ କହିପାରିବେନି ବୋଲି କହିଛନ୍ତି ସସ୍ମିତ

ପ୍ରଶ୍ନ
କାହିଁକି ହେଲା ବିଜେଡିର ବିବେକ ଦୁଇ ଫାଳ?
ବାଧ୍ୟବାଧକତା ନା’ ଅନ୍ୟ କିଛି କାରଣ?
ବିଜେପି ସହ ବିଜେଡିର କିଛି ଭିତିରିଆ ଡିଲ୍‌ ହୋଇନି ତ?
ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର?
ମୋଦୀଙ୍କ ବିଶ୍ୱସ୍ତ ହେବାକୁ ପ୍ରଚେଷ୍ଟା କରୁଛନ୍ତି ବିଜେଡି ସାଂସଦ?
ଦଳର ସବୁ ନେତା ଗୋଟେ ଆଡ଼େ, ସସ୍ମିତ କାହିଁକି ଅନ୍ୟ ଦିଗରେ?
ସରକାର ବଦଳିବା ପରେ କ୍ଷମତା ଲୋଭରେ ବିଜେପିକୁ ସମର୍ଥନ ଦେଇଛନ୍ତି କି ସାଂସଦ?
ବିଜେଡି ଛାଡ଼ିବାକୁ କରୁଛନ୍ତି କି ଚିନ୍ତା?
ବିଜେପି ପ୍ରତି ସମର୍ଥନ ଦେବାର କାରଣ କ’ଣ?
ଦଳ ପରିବର୍ତ୍ତନ ନେଇ ଏହା ପୂର୍ବ ସୂଚନା ନୁହେଁ ତ?
ବିଜେଡି ଓ ବିଜେପି ଏକ୍ ନୁହେଁ ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe