ଅଚଳ ବିଧାନସଭା ; ବିଜୁଙ୍କ ପାଇଁ ବିଜେଡିର ହଙ୍ଗାମା

Advertisment

ବିଧାନସଭାରେ ଅଚଳାବସ୍ଥା। ବିଜୁ ତାତି ଓ ମହିଳା ଅତ୍ୟାଚାର ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି ବିରୋଧୀ। ବାରମ୍ୱାର ମୁଲତବି ଯୋଗୁଁ ଗୃହ ଚାଲିପାରିନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ଯାଏଁ ମୁଲତବି ଘୋଷଣା କରାଯାଇଛି ।

ବିଧାନସଭାରେ ଅଚଳାବସ୍ଥା। ବିଜୁ ତାତି ଓ ମହିଳା ଅତ୍ୟାଚାର ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି ବିରୋଧୀ। ବାରମ୍ୱାର ମୁଲତବି ଯୋଗୁଁ ଗୃହ ଚାଲିପାରିନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ଯାଏଁ ମୁଲତବି ଘୋଷଣା କରାଯାଇଛି ।

ବିଜୁଙ୍କ ପାଇଁ ବିଜେଡିର ହଙ୍ଗାମା

ବିଜୁଙ୍କ ପାଇଁ ବିଜେଡିର ହଙ୍ଗାମା Photograph: (KanakNews )

କନକ ବ୍ୟୁରୋ: ବିଧାନସଭାରେ ଅଚଳାବସ୍ଥା। ବିଜୁ ତାତି ଓ ମହିଳା ଅତ୍ୟାଚାର ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି ବିରୋଧୀ। ବାରମ୍ୱାର ମୁଲତବି ଯୋଗୁଁ ଗୃହ ଚାଲିପାରିନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ଯାଏଁ ମୁଲତବି ଘୋଷଣା କରାଯାଇଛି ।

  • ଅଚଳ ବିଧାନସଭା  
  • ବିଜୁଙ୍କ ପାଇଁ ବିଜେଡିର ହଙ୍ଗାମା
  • ମହିଳା ନିର୍ଯାତନା ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ନାରୀ ନିର୍ଯାତନାକୁ ପ୍ରସଙ୍ଗ କରି ଧାରଣା ଦେଇଥିଲା କଂଗ୍ରେସ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ବେକରେ ବ୍ୟାନର ପକାଇ ଗୃହକୁ ପଶି ନାରାବାଜି କରିଥିଲେ । ଏହାଦେଖି ବିଜେଡି ବିଧାୟକ ବିଜୁ ବାବୁଙ୍କ ଅସମ୍ମାନ ଚଳିବ ନାହିଁ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହକୁ ବାଚସ୍ପତି ଆସିବା ପରେ ନାରାବାଜି ବଢିଥିଲା, ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିଜେଡି ବିଧାୟକ ଅଧିର ରଞ୍ଜନ ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ତାରା ବାହାନୀପତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା, ପରେ ଅପରାହ୍ନ ୪ଟା ଓ ଶେଷରେ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। 

ସମାନ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇ ଯିବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ବିଜେଡି ବିଧାୟକ। ରାଜ୍ୟପାଳନଙ୍କୁ ଭେଟି ବିଜୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ସ୍ମାରକ ପତ୍ର ଦେଇଛନ୍ତି। ଅନ୍ୟପଟେ ବିଜେଡିର ବିକ୍ଷୋଭକୁ କଟାକ୍ଷ କରି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ବିଜେଡ଼ି ପାର୍ଟି ଅଫିସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ। 

ତେବେ ବିଜୁ ବାବୁଙ୍କ ଅସମ୍ମାନ ଓ ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗକୁ ବିରୋଧୀ ଜୋରସୋରରେ ଉଠାଉଥିବାରୁ ଆଗକୁ ସୁରୁଖୁରରେ ଗୃହ କାର୍ଯ୍ୟ ଚଳାଇବା ଶାସକ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe