ରୁଷ ତେଲ କିଣିବାକୁ ୩୦ ଦିନ ଛାଡ଼ : ଆମେରିକାକୁ କଂଗ୍ରେସର କଟାକ୍ଷ

Advertisment

ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ସମାଧାନ ପାଇଁ ଆମେରିକା ଭାରତକୁ ଏକ ବିକଳ୍ପ ରାସ୍ତା ପ୍ରଦାନ କରି କହିଛି ଯେ ଭାରତ ବର୍ତ୍ତମାନ ୩୦ ଦିନ ପାଇଁ ରୁଷରୁ ଅଶୋଧିତ ତେଲ କିଣିପାରିବ । ଆମେରିକା ଦ୍ଵାରା ଏହି ଘୋଷଣା ପରେ କଂଗ୍ରେସ ଶୁକ୍ରବାର ମୋଦୀ ସରକାରଙ୍କୁ କଟାକ୍ଷ କରିଛି ।

ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ସମାଧାନ ପାଇଁ ଆମେରିକା ଭାରତକୁ ଏକ ବିକଳ୍ପ ରାସ୍ତା ପ୍ରଦାନ କରି କହିଛି ଯେ ଭାରତ ବର୍ତ୍ତମାନ ୩୦ ଦିନ ପାଇଁ ରୁଷରୁ ଅଶୋଧିତ ତେଲ କିଣିପାରିବ । ଆମେରିକା ଦ୍ଵାରା ଏହି ଘୋଷଣା ପରେ କଂଗ୍ରେସ ଶୁକ୍ରବାର ମୋଦୀ ସରକାରଙ୍କୁ କଟାକ୍ଷ କରିଛି ।

Congress

Congress Photograph: (Kanak News)

କନକ ବ୍ୟୁରୋ : ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟର ସମାଧାନ ପାଇଁ ଆମେରିକା ଭାରତକୁ ଏକ ବିକଳ୍ପ ରାସ୍ତା ପ୍ରଦାନ କରି କହିଛି ଯେ ଭାରତ ବର୍ତ୍ତମାନ ୩୦ ଦିନ ପାଇଁ ରୁଷରୁ ଅଶୋଧିତ ତେଲ କିଣିପାରିବ । ଆମେରିକା ଦ୍ଵାରା ଏହି ଘୋଷଣା ପରେ କଂଗ୍ରେସ ଶୁକ୍ରବାର ମୋଦୀ ସରକାରଙ୍କୁ କଟାକ୍ଷ କରିଛି ।

 ଦଳ ଏହାକୁ ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଓ ଆମେରିକାର ବ୍ଲାକମେଲ୍ ବୋଲି କହିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏହା ଟ୍ରମ୍ପଙ୍କ ନୂଆ ଖେଳ ବୋଲି କହିବା ସହ ଆମେରିକାର ବ୍ଲାକମେଲ୍ କେତେଦିନ ଜାରି ରହିବ? ବୋଲି କହି ସମାଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ : ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବା , ଇରାନ ଯୁଦ୍ଧ ବନ୍ଦ କରି ବୁଝାମଣା କରିବାକୁ ଚାହୁଁଥିବା ଟ୍ରମ୍ପଙ୍କ ଦାବି

କଂଗ୍ରେସ ସାଂସଦ ମନୀଷ ତିୱାରୀ ଏହାକୁ ଦେଶର ସାର୍ବଭୌମତ୍ୱ ସହିତ ମଧ୍ୟ ଯୋଡ଼ିଛନ୍ତି । ସେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟଙ୍କ ବୟାନର ଜବାବରେ ଲେଖିଛନ୍ତି, ୩୦ ଦିନର ଛାଡ଼ ପ୍ରଦାନ କରିବା ହେଉଛି ଚାପର ଏକ କପଟପୂର୍ଣ୍ଣ ଭାଷା, ଯାହା ନବ-ସାମ୍ରାଜ୍ୟବାଦୀ ଅହଙ୍କାରରେ  ପରିପୂର୍ଣ୍ଣ ଆମେ କ''ଣ ଏକ ବନାନ ଗଣରାଜ୍ୟ ଯେ ଆମକୁ ଆମର ନିଜସ୍ୱ ତେଲ କିଣିବା ପାଇଁ ଆମେରିକାର ଅନୁମତି ଆବଶ୍ୟକ? ସବୁବେଳେ ବଡ଼ ବଡ଼ କଥା କହୁଥିବା ସରକାର ନୀରବ କାହିଁକି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe