କନକ ବ୍ୟୁରୋ : ରଥଯାତ୍ରାରେ ଅଘଟଣକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା । ସରକାରଙ୍କୁ କଲେ କଡ଼ା ସମାଲୋଚନା । କହିଲେ , ଚଳିତ ବର୍ଷ ରଥଯାତ୍ରାରେ ବହୁତ ଅଘଟଣ ଘଟିଛି । ୭ ଶହରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ରାଜ୍ୟ ସରକାର ପୂର୍ବରୁ କରିଥିବା ଭୁଲ୍ରୁ କିଛି ଶିଖିବାକୁ ଇଚ୍ଛା କରୁନାହାନ୍ତି । ଭୁଲ୍କୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି । ନିଜେ ଦୋଷକୁ ଅନ୍ୟ ମୁଣ୍ଡେରେ ଥୋପିବାକୁ ଚେଷ୍ଟା କରୁଛନ୍ତି । ପୁରୀରେ ଏତେବଡ଼ ଅଘଟଣ ଘଟିଛି କିନ୍ତୁ ବିଜେପି ନେତା ଏବଂ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ଶୁଣୁଛନ୍ତି । ଆମେ ଅନୁରୋଧ କରୁଛୁ ପ୍ରଧାନମନ୍ତ୍ରୀ ମନ କି ବାତ୍ରେ ରଥଯାତ୍ରା ଅଘଟଣ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରନ୍ତୁ ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ବହୁ ଆଡ଼ମ୍ବରରେ ଲଘୁକ୍ରିୟା ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ନିରଞ୍ଜନ । ଏହା ସରକାରଙ୍କ ଚରମ ବିଶୃଙ୍ଖଳତା ଏବଂ ଏହା ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିବା କହିଛନ୍ତି ନିରଞ୍ଜନ । ପୁରା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ସେ ଦାବି କରିଛନ୍ତି । ଏହି ଅଘଟଣକୁ ନେଇ ପିସିସି ସଭାପତି ଭକ୍ତ ଦାସ୍ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି , ରଥଯାତ୍ରା ପରିଚାଳନା ଭିଆଇପିଙ୍କୁ ସୁହାଇବାଭଳି ହୋଇଥିଲା । ଭକ୍ତଙ୍କୁ ସୁହାଇଲାଭଳି ହେବାର ଥିଲା ।