ସପ୍ତାହେ ହେଲା ଯୋଗାଣ ବନ୍ଦ,  ଓପୋଲଫେଡରେ ନାହିଁ ଅଣ୍ଡା ଓ ଚିକେନ୍‌

Advertisment

ବନ୍ଦ ହୋଇଯିବକି ଭୁବନେଶ୍ୱରରେ ଓପୋଲଫେଡ । ସପ୍ତାହେ ହେଲା ଅଣ୍ଡା ଓ ଚିକେନ ଯୋଗାଣ ବନ୍ଦ । ଟଙ୍କା ନଦେବାରୁ ଯୋଗାଣ ବନ୍ଦ କଲେ ସୋସାଇଟି । ସେପଟେ ଦରମା ନପାଇ ଧାରଣାରେ କର୍ମଚାରୀ । 

ବନ୍ଦ ହୋଇଯିବକି ଭୁବନେଶ୍ୱରରେ ଓପୋଲଫେଡ । ସପ୍ତାହେ ହେଲା ଅଣ୍ଡା ଓ ଚିକେନ ଯୋଗାଣ ବନ୍ଦ । ଟଙ୍କା ନଦେବାରୁ ଯୋଗାଣ ବନ୍ଦ କଲେ ସୋସାଇଟି । ସେପଟେ ଦରମା ନପାଇ ଧାରଣାରେ କର୍ମଚାରୀ । 

opolfed

କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ଦ ହୋଇଯିବ କି ଓପୋଲଫେଡ? ସାତ ଦିନ ହେଲା ନା ଅଣ୍ଡା ଆସୁଛି ନା ଚିକେନ୍‌ । ସୋସାଇଟିଗୁଡ଼ିକ ଟଙ୍କା ନପାଇ ଅଣ୍ଡା ଓ ଚିକେନ ଯୋଗାଣ ବନ୍ଦ କରିଦେଇଛନ୍ତି । ସେପଟେ ୬ ମାସ ହେଲା ଦରମା ନପାଇ ଧାରଣାରେ ବସିଛନ୍ତି କର୍ମଚାରୀ । 

ବନ୍ଦ ହୋଇଯାଇପାରେ ଭୁବନେଶ୍ୱରରେ ଓପୋଲଫେଡ । ଅଣ୍ଡା ଓ ଚିକେନ ଆସିବା ବନ୍ଦ ହେବା ପରେ ଦେଖାଦେଇଛି ଏଭଳି ଆଶଙ୍କା । କଟକ ଓ ଭୁବନେଶ୍ୱରରେ ଥିବା ଓପୋଲଫେଡ ଚିକେନ୍ ଫ୍ରେସ୍ କାଉଣ୍ଟର ମଧ୍ୟ ବନ୍ଦ ହେଇଯାଇଛି । ସୋସାସାଇଟିକୁ ଟଙ୍କା ନଦେବାରୁ ସେମାନେ ଯୋଗାଣ ବନ୍ଦ କରିଦେଇଛନ୍ତି । ସାତ ଦିନରେ ଥରେ ଟଙ୍କା ଦେବା କଥା, କିନ୍ତୁ ୨୫ରୁ ୩୦ ଦିନ ଯାଏ ଦେଉନଥିବାରୁ ସୋସାଇଟିଗୁଡ଼ିକ ହଇରାଣ ହେଉଛନ୍ତି । 


ଏବେ ଖାଁ ଖାଁ ରହିଛି ଓପୋଲଫେଡ ଗୋଦାମ । ଅଫିସ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ । ୬ମାସ ହେଲା ଦରମା ମିଳିନି । ଅଫିସର କହୁଛନ୍ତି, ଟଙ୍କା ନାହିଁ । କାମ କରୁଛୁ ପାଉଣା ପାଉନୁ । ସାତ ଦିନ ହେଲା ଚିକେନ କାଉଣ୍ଟର ବନ୍ଦ । ସୋସାଇଟିକୁ ଫୋନ୍‌ କଲେ ସେମାନେ କହୁଛନ୍ତି, ଆମେ ଟଙ୍କା ପାଇନୁ । କର୍ମଚାରୀଙ୍କ ଅଭିଯୋଗ, ସଂସ୍ଥାକୁ ବୁଡ଼େଇ ଦେବାକୁ ବସିଛନ୍ତି  ବଡ଼ବଡ଼ ଅଫିସର । ଭୁବନେଶ୍ବରରେ ପ୍ରତିଦିନ ଲକ୍ଷେ ଟଙ୍କା ପାଖାପାଖି କାରବାର ହେଉଥିବା ବେଳେ ସପ୍ତାହେ ହେଲା କାମ ଠପ ହେଲାଣି । ଅଫିସରମାନେ କିଛି  ପଦକ୍ଷେପ ନେଉନାହାନ୍ତି । ଏଭଳି ସ୍ଥିତି ଲାଗି ରହିଲେ ବନ୍ଦ ହେଇପାରେ ଓପୋଲଫେଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe