କନକ ବ୍ୟୁରୋ: ଭୁବନେଶ୍ୱରରେ ବନ୍ଦ ହୋଇଯିବ କି ଓପୋଲଫେଡ? ସାତ ଦିନ ହେଲା ନା ଅଣ୍ଡା ଆସୁଛି ନା ଚିକେନ୍ । ସୋସାଇଟିଗୁଡ଼ିକ ଟଙ୍କା ନପାଇ ଅଣ୍ଡା ଓ ଚିକେନ ଯୋଗାଣ ବନ୍ଦ କରିଦେଇଛନ୍ତି । ସେପଟେ ୬ ମାସ ହେଲା ଦରମା ନପାଇ ଧାରଣାରେ ବସିଛନ୍ତି କର୍ମଚାରୀ ।
ବନ୍ଦ ହୋଇଯାଇପାରେ ଭୁବନେଶ୍ୱରରେ ଓପୋଲଫେଡ । ଅଣ୍ଡା ଓ ଚିକେନ ଆସିବା ବନ୍ଦ ହେବା ପରେ ଦେଖାଦେଇଛି ଏଭଳି ଆଶଙ୍କା । କଟକ ଓ ଭୁବନେଶ୍ୱରରେ ଥିବା ଓପୋଲଫେଡ ଚିକେନ୍ ଫ୍ରେସ୍ କାଉଣ୍ଟର ମଧ୍ୟ ବନ୍ଦ ହେଇଯାଇଛି । ସୋସାସାଇଟିକୁ ଟଙ୍କା ନଦେବାରୁ ସେମାନେ ଯୋଗାଣ ବନ୍ଦ କରିଦେଇଛନ୍ତି । ସାତ ଦିନରେ ଥରେ ଟଙ୍କା ଦେବା କଥା, କିନ୍ତୁ ୨୫ରୁ ୩୦ ଦିନ ଯାଏ ଦେଉନଥିବାରୁ ସୋସାଇଟିଗୁଡ଼ିକ ହଇରାଣ ହେଉଛନ୍ତି ।
ଏବେ ଖାଁ ଖାଁ ରହିଛି ଓପୋଲଫେଡ ଗୋଦାମ । ଅଫିସ ଆଗରେ ଧାରଣାରେ ବସିଛନ୍ତି କର୍ମଚାରୀ । ୬ମାସ ହେଲା ଦରମା ମିଳିନି । ଅଫିସର କହୁଛନ୍ତି, ଟଙ୍କା ନାହିଁ । କାମ କରୁଛୁ ପାଉଣା ପାଉନୁ । ସାତ ଦିନ ହେଲା ଚିକେନ କାଉଣ୍ଟର ବନ୍ଦ । ସୋସାଇଟିକୁ ଫୋନ୍ କଲେ ସେମାନେ କହୁଛନ୍ତି, ଆମେ ଟଙ୍କା ପାଇନୁ । କର୍ମଚାରୀଙ୍କ ଅଭିଯୋଗ, ସଂସ୍ଥାକୁ ବୁଡ଼େଇ ଦେବାକୁ ବସିଛନ୍ତି ବଡ଼ବଡ଼ ଅଫିସର । ଭୁବନେଶ୍ବରରେ ପ୍ରତିଦିନ ଲକ୍ଷେ ଟଙ୍କା ପାଖାପାଖି କାରବାର ହେଉଥିବା ବେଳେ ସପ୍ତାହେ ହେଲା କାମ ଠପ ହେଲାଣି । ଅଫିସରମାନେ କିଛି ପଦକ୍ଷେପ ନେଉନାହାନ୍ତି । ଏଭଳି ସ୍ଥିତି ଲାଗି ରହିଲେ ବନ୍ଦ ହେଇପାରେ ଓପୋଲଫେଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/09/dXEZKezmjF012wuGrWe9.jpg)