କନକ ବ୍ୟୁରୋ: ପାକିସ୍ତାନକୁ ଆଉ ଏକ ଝଟକା ଦେବ ଭାରତ । ସୀମାରେ ଘେରିବା ପରେ ଏବେ କୂଟନୈତିକ ସ୍ତରରେ ଘେରିବାକୁ ଅଣ୍ଟା ଭିଡ଼ିଛି ଭାରତ । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅର୍ନ୍ତଜାତୀୟ ସ୍ତରରେ ଏକ ପ୍ରଚାର କାର୍ଯ୍ୟକ୍ରମ କରିବାକୁ ଯାଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି । ଯେଉଁ ପ୍ରତିନିଧି ଦଳରେ ବିଭିନ୍ନ ଦଳର ସାଂସଦ ରହିଛନ୍ତି ।
ବିଜେପି ପକ୍ଷରୁ ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା, କଂଗ୍ରେସ ପକ୍ଷରୁ ଶଶୀ ଥରୁର, ଜେଡିୟୁ ପକ୍ଷରୁ ସଞ୍ଜୟ କୁମାର ଝା, ଡିଏମକେରୁ କାନିମୋଝୀ କରୁଣାନିଧି, ଏନସିପିରୁ ସୁପ୍ରିୟା ସୁଲେ, ଶିବସେନାରୁ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କୁ ସ୍ଥାନ ମିଳିଛି । ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ମଧ୍ୟ କମିଟି ସଦସ୍ୟଙ୍କ ସହ ବିଦେଶ ଗସ୍ତରେ ଯିବେ ।