ଅପରେସନ୍ ସିନ୍ଦୂର; ଆତଙ୍କୀ ହେଡକ୍ବାର୍ଟର୍ସ ଧ୍ବଂସ , ୯୦ ଆତଙ୍କବାଦୀ ମୃତ ସୂଚନା

ଅପରେସନ୍ ସିନ୍ଦୂରରେ ପିଓକେରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା। ଏହାସହ ପାକିସ୍ତାନର ୧୦୦ କିଲୋମିଟର ଭିତରେ ପଶି ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଭାରତୀୟ ବାୟୁସେନା। ଆତଙ୍କବାଦୀ ସଙ୍ଗଠନର ହେଡକ୍ବାର୍ଟର ଧ୍ବଂସ

ଆତଙ୍କୀ ହେଡକ୍ବାର୍ଟର ଧ୍ବଂସ

ଆତଙ୍କୀ ହେଡକ୍ବାର୍ଟର ଧ୍ବଂସ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରରେ ପିଓକେରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା। ଏହାସହ ପାକିସ୍ତାନର ୧୦୦ କିଲୋମିଟର ଭିତରେ ପଶି ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଭାରତୀୟ ବାୟୁସେନା । ଫଳରେ ୯୦ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି।  ପଂଜାବ ପ୍ରାନ୍ତ ମୁରିଦ ଓ ମୁଜାଫରାବାଦର ସକାଳ କିଛି ଫଟୋ ସାମ୍ନାକୁ ଆସିଛି । ମୁରିଦରେ ଭାରତୀୟ ଏୟାରଷ୍ଟ୍ରାଇକ୍ ଫଳରେ ଏଠାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ମୁରିଦରେ ଥିବା ଆତଙ୍କବାଦୀ ସଙ୍ଗଠନର ହେଡକ୍ବାର୍ଟର୍ସକୁ ଧ୍ବଂସ କରିଛି ବାୟୁସେନା । ଏଠାରେ ଆତଙ୍କବାଦୀ ଏକାଠି ହୋଇ ଷଡଯନ୍ତ୍ର ରଚୁଥିଲେ ବୋଲି କୁହାଯାଉଛି ।

ଏହି ଆକ୍ରମଣ ଆତଙ୍କବାଦୀ ଠିକଣାଗୁଡିକୁ ଧ୍ବଂସ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ସଙ୍ଗଠନଗୁଡିକର ସମ୍ପୃକ୍ତି ପାକିସ୍ତାନ ସେନା ସହ ରହିଥିବା କୁହାଯାଉଛି। ଆକ୍ରମଣ ପରେ ମୁରିଦର ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ଗୁଡିକୁ ଛିଡା ହୋଇଥିବା ଦେଖିବାକୁ ମିଳୁଛି । ଭାରତର ଆକ୍ରମଣ ଫଳରେ ଆହତ ହୋଇଥିବା ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ଅଣାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe