କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରରେ ପିଓକେରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା। ଏହାସହ ପାକିସ୍ତାନର ୧୦୦ କିଲୋମିଟର ଭିତରେ ପଶି ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଭାରତୀୟ ବାୟୁସେନା । ଫଳରେ ୯୦ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି। ପଂଜାବ ପ୍ରାନ୍ତ ମୁରିଦ ଓ ମୁଜାଫରାବାଦର ସକାଳ କିଛି ଫଟୋ ସାମ୍ନାକୁ ଆସିଛି । ମୁରିଦରେ ଭାରତୀୟ ଏୟାରଷ୍ଟ୍ରାଇକ୍ ଫଳରେ ଏଠାରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ମୁରିଦରେ ଥିବା ଆତଙ୍କବାଦୀ ସଙ୍ଗଠନର ହେଡକ୍ବାର୍ଟର୍ସକୁ ଧ୍ବଂସ କରିଛି ବାୟୁସେନା । ଏଠାରେ ଆତଙ୍କବାଦୀ ଏକାଠି ହୋଇ ଷଡଯନ୍ତ୍ର ରଚୁଥିଲେ ବୋଲି କୁହାଯାଉଛି ।
ଏହି ଆକ୍ରମଣ ଆତଙ୍କବାଦୀ ଠିକଣାଗୁଡିକୁ ଧ୍ବଂସ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ସଙ୍ଗଠନଗୁଡିକର ସମ୍ପୃକ୍ତି ପାକିସ୍ତାନ ସେନା ସହ ରହିଥିବା କୁହାଯାଉଛି। ଆକ୍ରମଣ ପରେ ମୁରିଦର ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ଗୁଡିକୁ ଛିଡା ହୋଇଥିବା ଦେଖିବାକୁ ମିଳୁଛି । ଭାରତର ଆକ୍ରମଣ ଫଳରେ ଆହତ ହୋଇଥିବା ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ଅଣାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/07/yDNO7MDe6kCznZF4L5CU.jpg)