ପାକିସ୍ତାନକୁ ବାଧିବ ଟ୍ରମ୍ପଙ୍କ କଥା : କହିଲେ, ଭାରତର ଅପରେସନ ସିନ୍ଦୂର ଟିଟ୍‌ ଫର୍‌ ଟାଟ୍  ଭଳି କାର୍ଯ୍ୟାନୁଷ୍ଠାନ

Advertisment

ଅପରେସନ ସିନ୍ଦୂର ଟିଟ୍‌ ଫର୍‌ ଟାଟ୍  ଭଳି କାର୍ଯ୍ୟାନୁଷ୍ଠାନ । ଟ୍ରମ୍ପଙ୍କ ଏହି ତିନି  ଶଦ୍ଦ ଆତଙ୍କୀକୁ ପାଳୁଥିବା ଦେଶକୁ ତୀର ଭଳି ବାଜିଲା ।

ଅପରେସନ ସିନ୍ଦୂର ଟିଟ୍‌ ଫର୍‌ ଟାଟ୍  ଭଳି କାର୍ଯ୍ୟାନୁଷ୍ଠାନ । ଟ୍ରମ୍ପଙ୍କ ଏହି ତିନି  ଶଦ୍ଦ ଆତଙ୍କୀକୁ ପାଳୁଥିବା ଦେଶକୁ ତୀର ଭଳି ବାଜିଲା ।

ଟିଟ୍‌ ଫର୍‌  ଟ୍ୟାଟ୍‌

ଟିଟ୍‌ ଫର୍‌ ଟ୍ୟାଟ୍‌ Photograph: (kanaknews)

କନକ ବ୍ୟୁରୋ: ଟିଟ୍‌ ଫର୍‌ ଟ୍ୟାଟ୍‌ ଅର୍ଥାତ୍‌ ଯେସା କୁ ତେସା । ଟ୍ରମ୍ପଙ୍କ ଏହି ତିନି ଶଦ୍ଦ ଆତଙ୍କୀକୁ ପାଳୁଥିବା ଦେଶକୁ ତୀର ଭଳି ବାଜିଥିବ । ଭାରତ ତରଫରୁ  କରାଯାଇଥିବା ଏୟାର ଷ୍ଟ୍ରାଇକ୍‌କୁ ଟିଟ୍‌ ଫର୍‌ ଟାଟ୍  ଅର୍ଥାତ୍‌ ଯେସା କୁ ତେସା ଭଳି କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଟ୍ରମ୍ପ । ଭାରତ  ଯେଉଁଭଳି ଭାବେ  ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ତାହାକୁ ନେଇ ବହୁ ବଡ଼ ବଡ଼ ଦେଶ ସମର୍ଥନ କରୁଛନ୍ତି । ଏହି ପରିପ୍ରେକ୍ଷିରେ ଆମେରିକା ଭାରତକୁ ଖୋଲାଖୋଲି  ପ୍ରଶଂସା କରୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପକ୍ଷ  ନେଇ  ଅପରେସନ ସିନ୍ଦୂରକୁ  ଟିଟ୍‌ ଫର୍‌ ଟାଟ୍ ବୋଲି କହିଛନ୍ତି ।  

trump
trump Photograph: (google)

ଯେପରି ଭାବେ ଏଲଓସି ଉପରେ ଭାରତର ଷ୍ଟ୍ରାଇକ୍‌ ଦ୍ବାରା  ପାକିସ୍ତାନରେ ଥରହର ପରିସ୍ଥିତି ସେହିପରି ଟ୍ରମ୍ପଙ୍କ  ଟିଟ୍‌ ଫର୍‌ ଟାଟ୍ କଥା ମଧ୍ୟ ପାକିସ୍ତାନକୁ ବାଧୁଥିବ । ହ୍ବାଇଟ୍‌  ହାଉସ୍‌ରେ ଠିଆ ହୋଇ  ଟ୍ରମ୍ପ କହିଛନ୍ତି "India did tit for tat!",  । ତେବେ ଏହା କେବଳ କୂଟନୈତିକ ଭାଷା ନଥିଲା ବରଂ ପାକିସ୍ତାନ ଉପରେ ଭାରତର ଆକ୍ରମଣକୁ ଖୋଲା ସମର୍ଥନ ମଧ୍ୟ ଥିଲା । ଯେତେବେଳେ ବି ଭାରତ ଆତଙ୍କୀଙ୍କ ବିରୋଧରେ  ସର୍ଜିକାଲ କିମ୍ବା ଏୟାର ଷ୍ଟ୍ରାଇକ୍‌ କରିଥାଏ  ସେତେବେଳେ ବିଶ୍ବର ସୁପରପାୱାର ଦେଶ କହିଥାନ୍ତି  "Well Done, India!" ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe