କନକ ବ୍ୟୁରୋ: ଟିଟ୍ ଫର୍ ଟ୍ୟାଟ୍ ଅର୍ଥାତ୍ ଯେସା କୁ ତେସା । ଟ୍ରମ୍ପଙ୍କ ଏହି ତିନି ଶଦ୍ଦ ଆତଙ୍କୀକୁ ପାଳୁଥିବା ଦେଶକୁ ତୀର ଭଳି ବାଜିଥିବ । ଭାରତ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍କୁ ଟିଟ୍ ଫର୍ ଟାଟ୍ ଅର୍ଥାତ୍ ଯେସା କୁ ତେସା ଭଳି କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଯେଉଁଭଳି ଭାବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ତାହାକୁ ନେଇ ବହୁ ବଡ଼ ବଡ଼ ଦେଶ ସମର୍ଥନ କରୁଛନ୍ତି । ଏହି ପରିପ୍ରେକ୍ଷିରେ ଆମେରିକା ଭାରତକୁ ଖୋଲାଖୋଲି ପ୍ରଶଂସା କରୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପକ୍ଷ ନେଇ ଅପରେସନ ସିନ୍ଦୂରକୁ ଟିଟ୍ ଫର୍ ଟାଟ୍ ବୋଲି କହିଛନ୍ତି ।
ଯେପରି ଭାବେ ଏଲଓସି ଉପରେ ଭାରତର ଷ୍ଟ୍ରାଇକ୍ ଦ୍ବାରା ପାକିସ୍ତାନରେ ଥରହର ପରିସ୍ଥିତି ସେହିପରି ଟ୍ରମ୍ପଙ୍କ ଟିଟ୍ ଫର୍ ଟାଟ୍ କଥା ମଧ୍ୟ ପାକିସ୍ତାନକୁ ବାଧୁଥିବ । ହ୍ବାଇଟ୍ ହାଉସ୍ରେ ଠିଆ ହୋଇ ଟ୍ରମ୍ପ କହିଛନ୍ତି "India did tit for tat!", । ତେବେ ଏହା କେବଳ କୂଟନୈତିକ ଭାଷା ନଥିଲା ବରଂ ପାକିସ୍ତାନ ଉପରେ ଭାରତର ଆକ୍ରମଣକୁ ଖୋଲା ସମର୍ଥନ ମଧ୍ୟ ଥିଲା । ଯେତେବେଳେ ବି ଭାରତ ଆତଙ୍କୀଙ୍କ ବିରୋଧରେ ସର୍ଜିକାଲ କିମ୍ବା ଏୟାର ଷ୍ଟ୍ରାଇକ୍ କରିଥାଏ ସେତେବେଳେ ବିଶ୍ବର ସୁପରପାୱାର ଦେଶ କହିଥାନ୍ତି "Well Done, India!" ।