ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ବଡ଼ ନିଷ୍ପତ୍ତି : ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରୀନଗର ବିମାନବନ୍ଦର ବନ୍ଦ

ଏହି କ୍ରମରେ ଇଣ୍ଡିଗୋ ତରଫରୁ କୁହାଯାଇଛି କି, ବଦଳୁଥିବା ପରିସ୍ଥିତି କାରଣରୁ ଶ୍ରୀନଗର, ଜମ୍ମୁ, ଅମୃତସର,ଲେହ, ଚଣ୍ଡିଗଡ ଓ ଧର୍ମଶାଳାକୁ ଯାତାୟାତ କରୁଥିବା ସମସ୍ତ ଉଡାଣ ପ୍ରଭାବିତ ହୋଇଛି । 

ଅଦ୍ୟତନ ହୋଇଛି
ani

Photograph: (kanaknews)

କନକ ବ୍ୟୁରୋ : ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଗତକାଲି ମଧ୍ୟରାତ୍ରରେ ପାକ୍ ସୀମାରୁ ୧୦୦ କିଲୋମିଟର ଭିତରକୁ ପଶି ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଏହାକୁ ନଜରରେ ରଖି ଭାରତ ତରଫରୁ ସମ୍ବେଦନଶୀଳ ଶ୍ରୀନଗର ବିମାନବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । 

ଏହି କ୍ରମରେ ଇଣ୍ଡିଗୋ ତରଫରୁ କୁହାଯାଇଛି କି, ବଦଳୁଥିବା ପରିସ୍ଥିତି କାରଣରୁ ଶ୍ରୀନଗର, ଜମ୍ମୁ, ଅମୃତସର,ଲେହ, ଚଣ୍ଡିଗଡ ଓ ଧର୍ମଶାଳାକୁ ଯାତାୟାତ କରୁଥିବା ସମସ୍ତ ଉଡାଣ ପ୍ରଭାବିତ ହୋଇଛି । 

ଜମ୍ମୁ-କାଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରି ୨୮ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ । ଏହାପରେ ଭାରତର ପ୍ରତିଆକ୍ରମଣ ଉପରେ ଦେଶବାସୀଙ୍କର ନଜର ରହିଥିଲା । ସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe