କନକ ବ୍ୟୁରୋ: ଆଉ ଆକାଶରେ ଉଡ଼ିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ଆଜି ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨ ୧। ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । 

Advertisment

ମିଗ୍-୨୧ 
ସେନା ପାଇଁ ଶେଷଥର ଉଡ଼ିବ 
୧୯୬୩ରେ ଭାରତୀୟ ସେନାରେ ପ୍ରବେଶ କରିଥିଲା ମିଗ୍-୨୧
ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଛି ମିଗ୍-୨୧
କାରଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ
ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ନଷ୍ଟ କରିଥିଲା 
ଚଣ୍ଡିଗଡ଼ରେ ଭବ୍ୟ ସମାରୋହରେ ମିଗ୍‌-୨୧କୁ କରାଯିବ ସେବାନିବୃତ
ଏହାକୁ ଉଡ଼ାଇଥିବା ସମସ୍ତ ପାଇଲଟଙ୍କୁ ନିମନ୍ତ୍ରଣ ଦିଆଯାଇଛି 
ବାୟୁସେନାର ୧ ହଜାର ପାଇଲଟ ଏହାର ସାକ୍ଷୀ ସାଜିବେ 
୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍‌-୨୧ର ଅବଦାନକୁ ପୁଣିଥରେ ମନେ ପକାଯିବ 
ଏକାସଙ୍ଗରେ ୬ଟି ମିଗ୍‌-୨୧ ବିମାନ ଶେଷ ଉଡ଼ାଣ ଭରିବେ 
ମିଗ୍‌-୨୧ ସହ ତେଜସ୍ ମଧ୍ୟ ଉଡ଼ାଣ ଭରିବ
ମିଗ୍-୨୧ର ଉତ୍ତରାଧିକାରୀ ଭାବେ ସାଥୀରେ ଉଡ଼ିବ ତେଜସ୍
ଚଣ୍ଡୀଗଡ଼କୁ ଏୟାରବେସକୁ ପ୍ରଥମେ ଆସିଥିଲା ମିଗ୍-୨୧, ତେଣୁ ଏଠାରେ ବିଦାୟ ଦିଆଯିବ 
ଏହି ଯୁଦ୍ଧବିମାନ ଭାରତର ପ୍ରଥମ ସୁପରସୋନିକ ଲଢୁଆ ଯୁଦ୍ଧ ବିମାନ ଥିଲା
ଭାରତ ଏକାସଙ୍ଗରେ ୮୭୪ ମିଗ୍-୨୧ ବିମାନ କିଣିଥିଲା
ଅପରେସନ ସିନ୍ଦୂର ସମୟରେ ଶତ୍ରୁ ଦେଶକୁ କଡ଼ା ଜବାବ ଦେଇଥିଲା ମିଗ୍-୨୧
ଭାରତୀୟ ବାୟୁସୀମାରେ ସେନାର ସୁରକ୍ଷାକବଚ ସାଜିଥିଲା ମିଗ୍-୨୧