କନକ ବ୍ୟୁରୋ:  ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କ ବନ୍ଧୁତ୍ବପୂର୍ଣ୍ଣ ଭେଟ୍‌ଘାଟ୍‌ ।  ଅପରେସନ ସିନ୍ଦୂର ପରେ ଏହିପରି ଭାବରେ ଦୁହେଁ ହାତ ମିଳାଇଥିଲେ ଏବଂ ପରସ୍ପରର ପିଠି ଥାପୁଡେଇଥିଲେ ।  ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ୍ ଉଭୟଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ସାକ୍ଷାତ ହୋଇଥିଲା । ଏହି ଭେଟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଉଷ୍ମତା ଏବଂ ବନ୍ଧୁତା ପ୍ରତିଫଳିତ ହୋଇଥିଲା । ଉଭୟ ନେତା ହାତ ମିଳାଇଲେ ଏବଂ ପରସ୍ପରର ପିଠି ଥାପୁଡେଇଲେ, ଯାହା ଦୁଇ ଦେଶ ମଧ୍ୟରେ ବଢୁଥିବା ସମ୍ପର୍କର ସଙ୍କେତ ଦେଇଥିଲା । 

Advertisment

ଅପରେସନ ସିନ୍ଦୁର, ଯାହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଥିଲା । ସେ ସମୟରେ  ତୁର୍କି  ଖୋଲାଖୋଲି  ପାକ୍‌ର ସମର୍ଥନ କରୁଥିଲା ।  ଯାହାଦ୍ବାରା ତୁର୍କି ଏବଂ ଭାରତ ମଧ୍ୟରେ ତକ୍ତତା ବଢିଥିଲା । କିନ୍ତୁ  sco  ସମ୍ମିଳନିରେ  ତୁର୍କି ରାଷ୍ଟ୍ରପତି ଏବଂ ମୋଦୀଙ୍କ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସୁମ୍ପର୍କ ଆଗକୁ ବଢିବା  ନେଇ ସଙ୍କେତ ଦେଉଛି । ଏହି ଭେଟ ଅନ୍ତର୍ଜାତୀୟ ସ୍ତରରେ ଅନେକ ବାର୍ତ୍ତା ବହନ କରୁଛି  ।  ମୋଦୀ ଏର୍ଡୋଗାନଙ୍କ ସହ ଭେଟ କରିବା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ସମ୍ଭାବନାକୁ ବୃଦ୍ଧି କରିବା ସମ୍ଭାବନା ସୃଷ୍ଟି କରିଛି ।  

ମୋଦୀ ଏବଂ ଏର୍ଡୋଗାନଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ କିଛି ପ୍ରସଙ୍ଗରେ ମତଭେଦ ଦେଖାଦେଇଥିଲା, ବିଶେଷ କରି କାଶ୍ମୀର ପ୍ରସଙ୍ଗରେ ତୁର୍କୀର ଆଭିମୁଖ୍ୟ ଭାରତକୁ ଅସନ୍ତୁଷ୍ଟ କରିଥିଲା । ତଥାପି, ଏହି ନିକଟତର  ସାକ୍ଷାତରେ, ଦୁଇ ନେତା ସମ୍ପର୍କରେ ଥିବା ତିକ୍ତତାକୁ କମ କରିବାକୁ ଚେଷ୍ଟା କରିଥିଲେ । ଉଭୟ ନେତା ଆର୍ଥିକ ସମ୍ପର୍କ, ବାଣିଜ୍ୟ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏର୍ଡୋଗାନ୍, ଯିଏ ଇସଲାମିକ୍ ବିଶ୍ୱରେ ତୁର୍କୀର ପ୍ରଭାବକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସେ ଭାରତ ଭଳି ଏକ ବଡ ଅର୍ଥନୀତି ଏବଂ ବିଶ୍ୱ ଶକ୍ତି ସହିତ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ  । ଏହି ଭେଟ ସମୟରେ, ଉଭୟ ନେତା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୁଦ୍ଧରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।